| 1206 |
ଅଚଳା ସପ୍ତମୀ |
- Achaḻā saptamī (ସଂ.ବି.) - (ନାମ) ଭବିଷ୍ୟପୁରାଣ ଗ୍ରନ୍ଥର ଭାଗବିଶେଷ Name of a part of the Bhabishya purāṇa.
|
| 1207 |
ଅଚଳାଚଳ ସମ୍ପତ୍ତି |
Also : [ ଅଚଳା ଲକ୍ଷ୍ମୀ, ଅଚଳାଚଳ ଲକ୍ଷ୍ମୀ, ଅଚଳା ସମ୍ପତ୍ତି ]
- Achaḻā sampatti (ସଂ.ବି.) - ଅକ୍ଷୟ ଐଶ୍ୱର୍ଯ୍ୟ Unchangeable prosperity.
- ଯେଉଁ ସମ୍ପଦ କେବେ କମିଯାଏ ନାହିଁ Prosperity which never diminishes.
- (ଦେ.ବି.) - ବହୁଧନ Immense wealth.
- ପ୍ରଭୂତ ସମ୍ପତ୍ତି Vast wealth.
|
| 1208 |
ଅଚା |
- Achā (ଦେ.ବି.) - ଚାଷ ହେବା କ୍ଷେତରେ ପ୍ରଥମ ଥର ହଳ ବୁଲାଯିବା ବେଳେ ଅଙ୍କିତ ବୃତ୍ତାକାର ରେଖା A circular furrow-line made in a field when it is ploughed for the first time.
- ଏକ ଅଚାଦ୍ୱାରା ପରିବେଷ୍ଟିତ ହେବାଭଳି ଜମି; ଅଳ୍ପ ପରିମିତ ଭୂଖଣ୍ଡ A small piece of land. (ଯଥା - ତାର ଜମାରୁ ଅଚାଏ ଜମି ଅଛି, ସେଥିରେ ସେ କାହୁଁ କୁଟୁମ୍ବ ପୋଷିବ)
[ ଦ୍ର ] ଚାଷିମାନେ ପ୍ରଥମେ କ୍ଷେତର ଚାରି ପାଖରେ ହଳଦ୍ୱାରା ଗୋଟିଏ ଅଚା ବୁଲାଇବା ପରେ ଅଚାଦ୍ୱାରା ପରିବେଷ୍ଟିତ ଭୂମିକୁ ଚାଷ କରନ୍ତି। କ୍ଷେତ୍ର ବଡ଼ ହୋଇଥିଲେ ତହିଁରେ ପ୍ରଥମେ ଗୋଟିଏ ଅଚା କାଟି ଚାଷୀ ସେ ଅଚା ମଧ୍ୟସ୍ଥ ଜମିକୁ ଚାଷ କରି କ୍ଷେତ୍ରର ଅନ୍ୟ ଅଂଶରେ ପୁଣି ଅଚା କାଟି ଚଷନ୍ତି।
|
| 1209 |
ଅଚାଇବା |
Also : [ ଅଚା କରିବା, ଅଚା କାଟିବା, ଅଚାଦେବା ]
- Achāibā (ଦେ.କ୍ରି.) - ହଳଦ୍ୱାରା ସର୍ବପ୍ରଥମେ କ୍ଷେତର ଚାରିପାଖରେ ଗୋଟିଏ ବୃତ୍ତାକାର ରେଖା ଅଙ୍କିତ କରିବା To draw or mark a circular furrow line in a field before ploughing it through and through.
|
| 1210 |
ଅଚା ଧରିବା |
- Achā dharibā (ଦେ.କ୍ରି.) - କିଆରିରେ ପ୍ରଥମେ ହଳଦ୍ୱାରା ଅଙ୍କିତ ହୋଇଥିବା ବୃତ୍ତାକାର ରେଖା ବା ଅଚା ମଧ୍ୟସ୍ଥ ଭୂମିକୁ ଚାଷ କରିବା To plough up the area exclosed by a circular furrow-line.
|