Language Section

 

 

 

 

 

 

Dictionary : View_page

ID Main Word Content
996 ଅଙ୍କୀ
  1. Aṅkī (ସଂ.ବି.) - ଅଙ୍କ୍ୟ; ଛୋଟ ଆନଦ୍ଧ ବାଦ୍ୟ A small drum.
997 ଅଙ୍କୁ

Also : [ ଅଙ୍କୋଟ; ଅଙ୍କୋଟକ; ଅଙ୍କୋଠ; ଅଙ୍କୋଳ; ଅଙ୍ଖୋଟ; ବାମକ; ବିଷଘ୍ନ; ଦୀର୍ଘକାଳ; ଦୃଢ଼କଣ୍ଟକ; ଲମ୍ବପୂର୍ଣ୍ଣ; ଅଙ୍କୁ, ଆଙ୍କୁ; ଅଙ୍କୁଡ଼ା; ଆଙ୍କୁଲା; ଧଳା ଆଙ୍କୁ; ଧଳାଙ୍କୁଡ଼ା ] 

  1. Aṅku (ଦେ.ବି.) -  ଧଳା କାଠର ବନ୍ୟ କଣ୍ଟକୀ ଛୋଟ ଗଛ A wild tree; Alangium Hexpetalum.

 [ ଦ୍ର ] ଏ ଗଛ ପାହାଡ଼ିଆ ଭୂମି, ପଥର ସନ୍ଧି ଓ ପର୍ବତର କାନ୍ଥରେ ଉଠେ; ଏହାର ଡାଳ ଭାରି ଚେମଡ଼; ଏହାର ପତ୍ର ଛ ଆଙ୍ଗୁଳିଆ ବା ଛଅ ଶାଖାବିଶିଷ୍ଟ; ଏହା କଟୂ, କଷାୟ, ତୀକ୍ଷ୍ଣ ରେଚକ, ଉଷ୍ଣବୀର୍ଯ୍ୟ; ସ୍ନିଗ୍ଧ ଓ ଲଘୁ; ଏହାର ଫଳ ମଧୁର, ଶୀତବୀର୍ଯ୍ୟ, ଗୁରୁପାକ ବଳବର୍ଦ୍ଧକ, ବିରେଚକ ଓ ଶ୍ଳେଷଜନକ; ଏହା ଦାହ, କ୍ଷୟ ଓ ରକ୍ତଦୋଷ ରୋଗରେ ଉପକାରୀ। ଏହାର ଫଳ ବିଛା କାମୁଡ଼ାର ବିଷହାରକ। ଏହାର ମୂଳର ଚୋପା ବମନକାରକ; ମୂଳକୁ ଶୁଖାଇ ଚୂର୍ଣ୍ଣ କରି କୁଷ୍ଠ ଓ ଉପଦଂଶ କ୍ଷତରେ ଛିଞ୍ଚିଲେ କ୍ଷତ ଶୁଖିଯାଏ। ଏହାର ରସ ବିଷନାଶକ। ଲୋକେ କହନ୍ତି ଯେ ଏହାର ମଞ୍ଜିରୁ ବାହାରିବା ତେଲରେ ଅନ୍ୟ କୌଣସି ମଞ୍ଜିକୁ ଭିଜାଇ ପୋତି ଦେଲେ ସେ ବୀଜରୁ ଅତି ଶୀଘ୍ର ଗଛ ଉଠେ। ପୁଷ୍ପଭେଦରେ ଆଙ୍କୁଲ ତିନି ପ୍ରକାର ରକ୍ତ, ଶ୍ୱେତ ଓ କୃଷ୍ଣ।

998 ଅଙ୍କୁଟ

Also : [ ଅଙ୍କୁଡ଼କ ] 

  1. Aṅkuṭa (ସଂ.ବି.)ଚାବି; କୁଞ୍ଚି A key.
999 ଅଙ୍କୁଡ଼ା

Also : [ ଅଙ୍କୁଡ଼ି ] 

  1. Aṅkuṟḍ̠ā (ଦେ.ବି.) - [ଅଙ୍କୁଶଆଙ୍କୁଡ଼ା; ଆଙ୍କୁଶୀ; ଉଚ୍ଚ ବୃକ୍ଷରୁ ଫଳ ଆଦି ତୋଳିବା ପାଇଁ ବ୍ୟବହୃତ ବକ୍ରାଗ୍ର ଲଗି A hooked bamboo used for picking fruits from high trees.
  2. (ସଂ.) - [ଅଙ୍କୋଟ]  ଧଳା କାଠର ବନ୍ୟ କଣ୍ଟକୀ ଛୋଟ ଗଛ A wild tree; Alangium Hexpetalum.
1000 ଅଙ୍କୁର
  1. Aṅkura (ଗ୍ରା.ବି.)ଗଜା; ବୀଜରୁ ଜାତ ନୂତନ ବକ୍ରାଗ୍ର ଉଦ୍ଭିଦ Shoot or sprout from a seed.
  2. ଡାଳର ଅଗରେ ଥିବା ନୂଆ କୋମଳ ମୁକୁଳ Young and tender shoot at the top of a branch.
  3. ବଉଳ; କଢ଼ି Bud.
  4. ଲୋମ Fur.
  5. ରକ୍ତ Blood.
  6. ଜଳ Water.
  7. (ରୋମ) ଟାଙ୍କୁରା; (ରୋମର) ଉଦ୍ଗମ; ପୁଲକ Horripilation; standing on end (of the fur).
  8. ଘାଆ ପୂରି ଆସିଲାବେଳେ ଘାରେ ବାହାରିବା ମାଂସର କ୍ଷୁଦ୍ର କ୍ଷୁଦ୍ର ରକ୍ତାଭ ଦାନା  Small particles of new flesh appearing on a healing wound.
  9. ଫୁଲା  A swelling
  10. ଆବୁ A tumour.
Page 200 of 605



expoodisha.com

 

Other Dictionary