| 951 |
ଅଙ୍କଗ |
- Aṅkaga (ସଂ.ବିଣ.) - ପିତାମାତା ବା ପ୍ରେମିକଙ୍କ କ୍ରୋଡ଼ ଆଶ୍ରୟ କରିବା (ଶିଶୁ ବା ପ୍ରେମିକା) Going to or occupying the lap or bosom of a parent or one's lover (Said of a child or a lover).
|
| 952 |
ଅଙ୍କ ଗଣନା |
Category : [ Mathematics]
- Aṅkagaṇanā (ସଂ.ବି.) - ଏକ ସଂଖ୍ୟାଠାରୁ ପରବର୍ତ୍ତୀ ସଂଖ୍ୟା ମାନଙ୍କର ଗଣତି The counting of the numbers from one upwards.
- (ଦେ.ବି.) - ପୁରୀର ଗଜପତିଙ୍କ ରାଜତ୍ୱ ବର୍ଷର ସଂଖ୍ୟା ଗଣନା Counting the number of years of Gajapati's reign in Puri.
[ ଦ୍ର ] ରାଜତ୍ବ ବର୍ଷ ଗଣନାରେ ବିଶିଷ୍ଟ ପଦ୍ଧତି ଅଛି। ଯଥା -1ମ ବର୍ଷ=2 ଅଙ୍କ, 2ୟ ବର୍ଷ=3 ଅଙ୍କ, ଏହିପରି 3।4।5; 7 ଠାରୁ 15, 15 ପରେ 17। 18।19; 19 ପରେ 21।22।23।24।25; 25 ପରେ 27।28।29; 29 ପରେ 31।32।33।34।35; 35 ପରେ 37।38।39; ଗଣନା କରା ଯାଏ।]
|
| 953 |
ଅଙ୍କଗଣିତ |
Category : [ Mathematics] Also : [ ଅଙ୍କତନ୍ତ୍ର ]
- Aṅkagaṇita (ସଂ.ବି.) - ଯେଉଁ ଶାସ୍ତ୍ରଦ୍ୱାରା ଅଙ୍କ ବା ସଂଖ୍ୟାବିଷୟକ ଜ୍ଞାନ ଲାଭ ହୁଏ; ପାଟଗଣିତ Arithmetic.
- 1, 2, 3 ଆଦି ସଂଖ୍ୟାର ଗଣନା ବା ହିସାବ Calculation of the figures or digits.
|
| 954 |
ଅଙ୍କଛଡ଼ା |
- Aṅkachhaṟḍ̠ā (ଦେ.ବିଣ.) - କୋଳରୁ ଅଲଗା; କୋଳ ଛଡ଼ା Separated from one's lap.
- ଯାହାକୁ ଜଣକ କ୍ରୋଡ଼ରୁ ଛଡ଼ାଇ ନିଆଯାଇଥାଏ Wrested from one's bosom.
- ସଙ୍ଗଛଡ଼ା; ସଙ୍ଗରୁ ଅନ୍ତରିତ Separated from one's society.
|
| 955 |
ଅଙ୍କତନ୍ତ୍ର |
Category : [ Mathematics] Also : [ ଅଙ୍କଗଣିତ ]
- Aṅkagaṇita (ସଂ.ବି.) - ଯେଉଁ ଶାସ୍ତ୍ରଦ୍ୱାରା ଅଙ୍କ ବା ସଂଖ୍ୟାବିଷୟକ ଜ୍ଞାନ ଲାଭ ହୁଏ; ପାଟଗଣିତ Arithmetic.
- 1, 2, 3 ଆଦି ସଂଖ୍ୟାର ଗଣନା ବା ହିସାବ Calculation of the figures or digits.
|