Language Section

 

 

 

 

 

 

Dictionary : View_page

ID Main Word Content
786 ଅଗ୍ନିମନ୍ଥ

Also : [ ଅଗ୍ନିମଥ୍‌, ଅଗ୍ନିମଥନ ] 

  1. Agnimantha (ସଂ.ବି.) - (ଯାହା ମଥିତ ବା ଘର୍ଷିତ ହେଲେ ଅଗ୍ନି ବାହାରେ) ଅଗିବଥୁ (ଗଛ)  Premna integrifolia; Premna spinosa; Premna serratifolia.
  • ପୂର୍ବକାଳରେ ଏହି ଗଛର ଶୁଖିଲା କାଠ ଦୁଇଖଣ୍ଡକୁ ଘଷି ଲୋକେ ଏଥିରୁ ଯଜ୍ଞ ପାଇଁ ଅଗ୍ନି ଉତ୍ପାଦନ କରୁଥିବାରୁ ଏହି ନାମ - ଅଗିବଥୁ)
  • (ଅନ୍ୟ ନାମ) ଅଗବଥୁ; ଗନ୍ଧଣା;  ଅଗ୍ନିମଥ୍; ଅଗ୍ନିମଥନ; ଅଗ୍ନିମନ୍ଥ, ବିଜୟୀ; ଜୟ; ଶ୍ରୀପର୍ଣ୍ଣୀ; ଗଣିକାରିକା; କର୍ଣ୍ଣିକା; ଜୟା; ଆରଣୀକେତୁ; ଜୟନ୍ତୀ; ତର୍କଣ; ନାଦେୟୀ; ଅନନ୍ତା; ବୈଜୟନ୍ତିକା; ତେଜୋମନ୍ଥ; ହବିମନ୍ଥ; ପାବକ; ନଦୀଜା; ଜ୍ୟୋତିଷ୍କ, ଅରଣି; ବଭିମନ୍ଥ; ମଥନ; ଗିରିକର୍ଣ୍ଣିକା; ପାବକାରାଣୀ; ମଥକେତୁ; ବିଜୟନ୍ତିକା।
787 ଅଗ୍ନିମାନ୍‌
  1. Agnimān (ସଂ.ବିଣ.)ଅଗ୍ନିବିଶିଷ୍ଟ; ଯହିଁରେ ଅଗ୍ନି ଅଛି Containing fire.
  2. ଜଳୁଥିବା Burning.
  3. (ସଂ.ବି.)ନିତ୍ୟହୋମକାରୀ; ସାଗ୍ନିକ (ବ୍ରାହ୍ମଣ) Performing the daily offering to fire.
788 ଅଗ୍ନିମାନ୍ଦ୍ୟ
  1. Agnimāndya (ସଂ.ବି.) -  ପରିପାକଶକ୍ତିର ହ୍ରାସ; କ୍ଷୁଧାହୀନତା  Loss of appetite.
  2. ଅଜୀର୍ଣ୍ଣ ରୋଗ Indigestion; dyspepsia.
789 ଅଗ୍ନିମିତ୍ର
  1. Agnimitra (ସଂ.ବି.) - (ନାମ)  ଶୁଙ୍ଗବଂଶର ଦ୍ୱିତୀୟ ରାଜା; ମଗଧରାଜ ପୁଷ୍ପମିତ୍ରଙ୍କ ପୁତ୍ର  Name of the son of King Pushpamitra. 

790 ଅଗ୍ନିଶାଳ

Also : [ ଅଗ୍ନିଗୃହ, ଅଗ୍ନିଶାଳା 

  1. Agniṡāḻa  (ସଂ.ବି.) - ଅଗ୍ନିଶାଳା; ଯେଉଁ ଗୃହରେ ଯଜ୍ଞାଗ୍ନି ରକ୍ଷିତ ହୁଏ A room in which the sacrificial fire is maintained.
  2. (ସଂ.ବି.)ବାଷ୍ପୀୟ କଳ, କାରଖାନା ଆଦିର ଯେଉଁ କୋଠରୀରେ ନିଆଁ ଜଳାଯାଏ Fire-chamber of a steam engine
Page 158 of 605



expoodisha.com

 

Other Dictionary