Language Section

 

 

 

 

 

 

Dictionary : View_page

ID Main Word Content
796 ଅଗ୍ନିଷ୍ଠ
  1. Agnishṭha (ସଂ.ବି.) - (ଯାହା ଅଗ୍ନି ଉପରେ ରଖାଯାଏ) କଟାହ; କରେଇ A cauldron; a pan.
  2. ନିଆଁ ଉମ୍ଭେଇ A firepan.
797 ଅଗ୍ନିସ୍ବାତ୍ତ

Also : [ ଅଗ୍ନିଷ୍ବାତ୍ତ ] 

  1. Agniswātta (ସଂ.ବି.) ପିତୃଲୋକ ବିଶେଷ  A class of deceased ancestors or the manes.

 [ ଦ୍ର ] ପିତୃଲୋକଙ୍କ ଉଦ୍ଦେଶ୍ୟରେ ଅଗ୍ନିରେ ଆହୁତି ପ୍ରଦତ୍ତ ହେଲେ ଯେଉଁ ପିତୃଗଣ ତାହା ଗ୍ରହଣ କରନ୍ତି; ସେମାନଙ୍କୁ ଅଗ୍ନିଷ୍ୱାତ୍ତା ବୋଲାଯାଏ। ଏମାନେ ମରୀଚିଋଷିଙ୍କ ସନ୍ତାନ। ପିତୃଲୋକ— ମାନେ ଅନେକ ଶ୍ରେଣୀରେ ବିଭକ୍ତ ଓ ଶ୍ରାଦ୍ଧତର୍ପଣାଦିରେ ଏମାନଙ୍କୁ ପୃଥକ୍ ତ୍ରିଲୋଦକ ପ୍ରଦତ୍ତ ହୁଏ; ଯଥା—ଅଗ୍ନିଷ୍ୱାତ୍ତା; ସୋମପା; ବହିର୍ଷଦ।

798 ଅଗ୍ନିସଂରକ୍ଷଣ
  1. Agnisaṁrakshaṇa (ସଂ.ବି.) -  ଅଗ୍ନିହୋତ୍ରୀଙ୍କ ଦ୍ୱାରା ସ୍ୱଗୃହରେ ଅହୋରାତ୍ର ଯଜ୍ଞାଗ୍ନିର ରକ୍ଷା  Maintenance of the sacrificial fire in the house by a daily worshipper.
799 ଅଗ୍ନିସଂସ୍କାର
  1. Agnisaṁskāra (ସଂ.ବି.)  - ଶବଦାହ; ଶବକୁ ବିଧିମତେ ପୋଡ଼ିବା  Cremation. (ଦୁଇ ବର୍ଷରୁ ନିମ୍ନବୟସ୍କ ଶିଶୁର ଅଗ୍ନିସଂସ୍କାର କରାଯିବା ବିଧି ସ୍ମୃତିରେ ନାହିଁ)
  2. ବୈଦିକ ବିଧିରେ ଅଗ୍ନିସ୍ଥାପନ; ପଞ୍ଚଭୁ ସଂସ୍କାରାନନ୍ତର ଅଗ୍ନିକୁ ଆଣି ହୋମ ବା କୈଶ୍ୱଦେବ ସ୍ଥାନରେ ସ୍ଥାପନ The consecration of sacrificial fire.
800 ଅଗ୍ନିସଖ
  1. Agnisakha (ସଂ.ବି.)ବାୟୁ; ପବନ  The air. 
Page 160 of 605



expoodisha.com

 

Other Dictionary