| 756 |
ଅଗ୍ନିନକ୍ଷତ୍ର |
- Agninakshatra (ସଂ.ବି.) - (ଅଗ୍ନିଦେବଙ୍କ ଦ୍ୱାରା ଅଧିଷ୍ଠିତ ନକ୍ଷତ୍ର) କୃତ୍ତିକା ନକ୍ଷତ୍ର The constellation of the pleidas.
|
| 757 |
ଅଗ୍ନିପକ୍ବ |
Also : [ ଅଗ୍ନିପାକ ]
- Agnipakwa (ସଂ.ବି.) - ନିଆଁଦ୍ୱାରା ସିଦ୍ଧ କରାଯାଇଥିବା Boiled over fire.
|
| 758 |
ଅଗ୍ନିପରୀକ୍ଷା |
Also : [ ଅଗ୍ନିମାଣ୍ଡୁ ]
- Agniparīkshā (ସଂ.ବି.) - ଅଭିଯୁକ୍ତ ବ୍ୟକ୍ତିକୁ ନିଆଁରେ ପ୍ରବେଶ କରାଇ ତାହାର ଶୁଦ୍ଧତା ବା ଅଶୁଦ୍ଧତା ନିର୍ଣ୍ଣୟ କରିବା ପ୍ରକ୍ରିୟା Ordeal by fire.
- ଅଗ୍ନିମାଣ୍ଡୁ ପରି ଭୟଙ୍କର ପରୀକ୍ଷା A fiery or severe test.
[ ଦ୍ର ] ନିର୍ଦୋଶ ବା ବିଶୁଦ୍ଧତା ପ୍ରମାଣିତ ପାଇଁ କେହି ଜଳନ୍ତା ନିଆଁରେ ପଶିଯାଇ ଯେବେ ତହିଁରୁ ବର୍ତ୍ତି ଆସେ, ତେବେ ସେ ନିର୍ଦ୍ଦୋଷ ଓ ଯେବେ କ୍ଷତ ହୁଏ ବା ପୋଡ଼ିଯାଏ ତେବେ ସେ ଦୋଷୀ ବୋଲି ସାବ୍ୟସ୍ତ ହେଉଥିଲା। ସୀତା ଲଙ୍କାର ଅଶୋକବନରୁ ମୁକ୍ତ ହେବା ପରେ ଅଗ୍ନିପରୀକ୍ଷା ଦ୍ୱାରା ନିଜର ବିଶୁଦ୍ଧତା ପ୍ରମାଣିତ କରିଥିଲେ ଓ ଅଗ୍ନିପରୀକ୍ଷା ପରେ ଶ୍ରୀରାମ ତାଙ୍କୁ ଗ୍ରହଣ କରି ଲଙ୍କାରୁ ଅଯୋଧ୍ୟାକୁ ସଙ୍ଗରେ ଆଣିଥିଲେ।]
|
| 759 |
ଅଗ୍ନିପୁରାଣ |
- Agnipurāṇa (ସଂ.ବି.) - (ଅଗ୍ନିସମ୍ବନ୍ଧୀୟ ପୁରାଣ) ଅଷ୍ଟାଦଶ ପୁରାଣ ମଧ୍ୟରୁ ଏକତମ One of the eighteen mythological works of the Hindus.
|
| 760 |
ଅଗ୍ନିପୁଚ୍ଛ |
- Agnipuchchha (ସଂ.ବି.) - ଉଲ୍କା Shooting star.
|