| 721 |
ଅଗ୍ନିକ୍ରୀଡ଼ା |
- Agnikrīṟḍ̠ā (ସଂ.ବି.) - ଆତସବାଜୀ; ବାଣପୋଡ଼ା Fireworks; pyrotechnics.
- ଅଇଘରା, ଅଗ୍ନ୍ୟୁତ୍ସବ ବା ମାଘ ପୂର୍ଣ୍ଣିମା। (ଏ ଦିନ ରାତିରେ ଗ୍ରାମମୁଣ୍ଡରେ କୁଟା ଆଦି ଗଦା କରାଯାଇ ଅଗ୍ନି ଉତ୍ସବ ହୁଏ; ଏହି ନିଆଁରୁ 'ଅଗି' ଓ ନିଆଁ ଜଳାଇବାକୁ 'ଅଗିଜଳା' ବୋଲାଯାଏ) The fullmoon of the month of Magha on the night of which villagers light a bonfire at one extremity of the village.
- ଦୀପାବଳୀ ଅମାବାସ୍ୟା ଆଦି ଉପଲକ୍ଷରେ ଅନୁଷ୍ଠିତ ପ୍ରଦୀପ ଜଳାଇବା ଉତ୍ସବ Ceremonial illumination; The ceremony of lighting lamps on the new moon night of Kārtika or Mārgaṡīra.
|
| 722 |
ଅଗ୍ନିଖାଡ଼ି |
- Agnikhāṟḍ̠i (ବି.) - (ପ୍ରାଦେ.- ସମ୍ବଲପୁର) ଦିଆସିଲି Matches.
|
| 723 |
ଅଗ୍ନିଗର୍ତ୍ତ |
- Agnigartta (ସଂ.ବି.) - ନିଆଁ ଖାତ; ଯେଉଁ ଗର୍ତ୍ତରେ ନିଆଁ ଜଳା ଯାଉଥାଏ A hole or pit full of fire.
|
| 724 |
ଅଗ୍ନିଗର୍ଭ |
- Agnigarbha (ସଂ.ବି.) - ନିଆଁର ଭିତର The interior of a fire
- (ସଂ.ବିଣ.) - ଅନ୍ତରାଗ୍ନିବିଶିଷ୍ଟ; ଯାହାର ଅଭ୍ୟନ୍ତରରେ ଅଗ୍ନି ଅଛି Pregnant with fire; containing fire inside it.
- (ସଂ.ବି.) - ଚକମକି ପଥର Flint stone.
- ସୂର୍ଯ୍ୟକାନ୍ତ ମଣି Sunstone.
- ଜୁଳୁଜୁଳିଆ ପୋକ Fire fly
- ବାଡ଼ବାଗ୍ନି ସମ୍ଭୂତ ଫେଣବତ୍ ବସ୍ତୁବିଶେଷ Name of a frothy substance on the sea engendered by the submarine fire.
- (ବିଜ୍ଞାନପରିଭାଷା) ଉଚ୍ଚପୃଷ୍ଠ ଗୋଲାକାର କାଚ; ଯାହାକୁ ସୂର୍ଯ୍ୟ କିରଣରେ ଧଇଲେ ତଳେ ନିଆଁ ପଡ଼େ; ସ୍ଥୂଳମଧ୍ୟଦୃଷ୍ଟି କାଚ A convex lens.
- ଜୀର୍ଣ୍ଣଶକ୍ତିବର୍ଦ୍ଧକ ଔଷଧବିଶେଷ Name of a medicinal substance.
|
| 725 |
ଅଗ୍ନିଗର୍ଭା |
- Agnigarbhā (ସଂ.ବିଣ.) - ଅଗ୍ନିଗର୍ଭର ସ୍ତ୍ରୀଲିଙ୍ଗ Feminine of Agnigarbha.
- (ସଂ.ବି.) - [ ଉଦ୍ଭିଦ ବିଜ୍ଞାନ ] ମହା ଜ୍ୟୋତିଷ୍ମତୀ (ଲତା ବିଶେଷ) [botany] Cardiospermum Helicacabum.
- (ଅଗ୍ନିପରି ଜାହାର ଆଖି) - ଦୁର୍ଗା Goddess durga
|