Language Section

 

 

 

 

 

 

Dictionary : View_page

ID Main Word Content
706 ଅଗ୍ନିକଳା
  1. Agnikaḻā (ସଂ.ବି.) - ପୁରାଣୋକ୍ତ ଅଗ୍ନିଦେବଙ୍କର ଦଶଗୋଟି ଅଙ୍ଗ ବା ଅବୟବ The ten limbs of the God of fire according to Hindu mythology. 
  • (ଦଶକଳା ଯଥା - ଧୂମ୍ର; ଅର୍ଚ୍ଚି; ଋକ୍ଷ୍ମା; ଜ୍ୱଳିନୀ; ଜ୍ୱାଳିନୀ; ବିଷ୍ଫୁଲିଙ୍ଗିନୀ; ସୁଶ୍ରୀ; ସୁରୂପା; କପିଳା; ହବ୍ୟକବ୍ୟ)
707 ଅଗ୍ନିକଳ୍ପ
  1. Agnikaḻpa (ସଂ.ବିଣ.) - ଅଗ୍ନିତୁଲ୍ୟ; ଜ୍ୟୋତିଷ୍ମାନ୍ Fiery.
  2. ନିଆଁପରି ଦାଉଦାଉ ହେଉଥିବା  Blazing; brilliant
  • ଅଗ୍ନିକଳ୍ପା (ସ୍ତ୍ରୀ)
708 ଅଗ୍ନିକା ଋଷି
  1. Agnikā ṛushi (ଦେ.ବି.) - ଋଷିବିଶେଷ Name of a sage.
709 ଅଗ୍ନିକାଣ୍ଡ
  1. Agnikāṇḍa (ସଂ.ବି.) ନିଆଁ ଲାଗିବା; ଅଗ୍ନିଦ୍ୱାରା ଗୃହାଦି ପୋଡ଼ିଯିବା Burning by fire; being on fire.
  2. ଆତସବାଜୀ; ବାଣପୋଡ଼ା  Fireworks; Pyrotecnique.
  3. ଆଗ୍ନେୟାସ୍ତ୍ର ପ୍ରୟୋଗ; ଗୋଳା ଗୁଳି ବର୍ଷଣ Firing of gun and cannon.
710 ଅଗ୍ନିକାରିକା
  1. Agnikārikā (ସଂ.ବି.) - ବେଦୋକ୍ତ ବିଧିରେ ଅଗ୍ନି ସ୍ଥାପନକ୍ରିୟା The Vedic rite of kindling the sacrificial fire.
  2. ଅଗ୍ନିସ୍ଥାପନ ସମୟରେ ଉଚ୍ଚାରିତ ସ୍ତୋତ୍ର The prayer said while kindling the sacrificial fire.
  3. ସର୍ପଦଂଶନ ଓ ଘା’ ଆଦି କ୍ଷତସ୍ଥାନକୁ ବା ବ୍ରଣାଦିକୁ ନିଆଁ ଦ୍ୱାରା ପୋଡ଼ିବା Cautrisation.
Page 142 of 605



expoodisha.com

 

Other Dictionary