| 651 |
ଅଗସ୍ତ୍ୟକୂଟ |
- Agastyakūṭa (ସଂ.ବି.) - ମାନ୍ଦ୍ରାଜ ଅଞ୍ଚଳର ପର୍ବତବିଶେଷ, ଯହିଁରୁ ତାମ୍ରପର୍ଣ୍ଣୀ ନଦୀ ବାହାରିଛି Name of a mountain in the Madras Presidency from which the Tāmraparṇṇī river rises
|
| 652 |
ଅଗସ୍ତ୍ୟ ଯାତ୍ରା |
- Agastya j̄ātrā (ସଂ.ବି.) - ଭାଦ୍ର ମାସର ପ୍ରଥମ ଦିବସ The first day of the month of Bhādra.
- (ଲକ୍ଷଣାର୍ଥ) ଯେଉଁ ଯାତ୍ରାରୁ ଯାତ୍ରାକାରୀ ବାହୁଡ଼ି ଆସନ୍ତି ନାହିଁ A starting which knows no returning.
[ ଦ୍ର ] ଏ ଦିନ ଅଗସ୍ତିଋଷି ଦକ୍ଷିଣ ଦିଗକୁ ଯାତ୍ରା କରି ଆଉ ଫେରି ଆସି ନଥିଲେ ବୋଲି ଏ ଦିନ କୌଣସି ଶୁଭକାର୍ଯ୍ୟ ଉଦ୍ଦେଶ୍ୟରେ ଯାତ୍ରା ନିଷିଦ୍ଧ।]
|
| 653 |
ଅଗସ୍ତ୍ୟ ସଂହିତା |
- Agashtya saṁhitā (ସଂ.ବି.) - ଅଗସ୍ତି ମୁନିଙ୍କ ସଙ୍କଳିତ ସ୍ମୃତି ଗ୍ରନ୍ଥ Name of a Compendium of Hindu Law compiled by Sage Agasti.
|
| 654 |
ଅଗସ୍ତ୍ୟସର |
- Agastyasara (ସଂ.ବି.) - ହିନ୍ଦୁମାନଙ୍କର ତୀର୍ଥବିଶେଷ Name of a sacred tank of the Hindus.
|
| 655 |
ଅଗସ୍ତ୍ୟାଶ୍ରମ |
- Agastyāṡrama (ସଂ.ବି.) - ଦାକ୍ଷିଣାତ୍ୟ ପୂର୍ବଘାଟର ମଳୟ ପର୍ବତର ପାଦଦେଶରେ କାବେରୀକୂଳରେ ଅବସ୍ଥିତ ଅଗସ୍ତି ମୁନିଙ୍କ ଆଶ୍ରମ The hermitage of the sage Agasti in the Eastern Ghats.
|