| 656 |
ଅଗସ୍ତ୍ୟୋଦୟ |
- Agastyodaya (ସଂ.ବି.) - ଦକ୍ଷିଣାକାଶରେ ଭାଦ୍ର ଶୁକ୍ଳ ସପ୍ତମୀ ରାତିରେ ପୂର୍ବଦିଗରୁ ଅଗସ୍ତି ନକ୍ଷତ୍ରର ଉଦୟ The rising of the star Canopus in the southern sky on the 7th day of the lunar month Bhādra.
- ଶରତ ଋତୁର ପ୍ରାରମ୍ଭ The beginning of Indian autumn
|
| 657 |
ଅଗା |
- Agā (ଦେ.ବିଣ.) - ଓଲୁ; ନିର୍ବୋଧ Foolish.
- ଖଗା; ମୂର୍ଖ Dunce.
|
| 658 |
ଅଗାଡ଼ି |
- Agāṟḍ̠i (ଦେ.ବି.) - ଭିତରେ ଚାଉଳ ବା ଶସ୍ୟ ନ ଥିବା ଧାନ; କେବଳ ଚୋପା ଥିବା ଫମ୍ପା ଧାନ Blighted corn; chaff without grain.
- (ଲକ୍ଷଣାର୍ଥ) - ଅଯୋଗ୍ୟ ବ୍ୟକ୍ତି; ଅଧମ ବ୍ୟକ୍ତି A worthless person.
|
| 659 |
ଅଗାଡ଼ିଆ |
- Agāṟḍ̠iā (ଦେ.ବିଣ.) - ଅଗାଡ଼ିପୂର୍ଣ୍ଣ (ଧାନ୍ୟରାଶି) (paddy; Full of chaff).
- ଯେଉଁ ଧାନରୁ ଅଗାଡ଼ି ପାଛୁଡ଼ା ହୋଇ ନାହିଁ (paddy) From which chaff has not been winnowed or blown out
|
| 660 |
ଅଗାଡ଼ି ଉଡ଼ାଇବା |
- Agāṟḍ̠i uṟḍ̠āibā (ଦେ.କ୍ରି.) - ଅଗାଡ଼ିମିଶା ଧାନକୁ ପବନ ବହୁଥିବା ସ୍ଥାନରେ ଉଚ୍ଚରୁ ତଳକୁ ଛିଞ୍ଚି କିମ୍ବା କୁଲାରେ ପାଛୁଡ଼ି ତହିଁରୁ ଅଗାଡ଼ିକୁ ପୃଥକ୍ କରିବା To cause the chaff to be separated from the paddy by the action of blowing wind or by winnowing.
|