| 606 |
ଅଗତ |
- Agata (ସଂ.ବିଣ.) - ବିଦ୍ୟମାନ; ଉପସ୍ଥିତ; ବର୍ତ୍ତମାନ Present.
- ଅପ୍ରାପ୍ତ Unattained.
|
| 607 |
ଅଗତି |
Also : [ ଅଗତିକ ]
- Agati (ସଂ.ବି.) - ଗତିରାହିତ୍ୟ; ଚଳନର ଅଭାବ Want of motion.
- ଅସଦ୍ଗତି; ମୁକ୍ତି ବା ମୋକ୍ଷର ଅଭାବ Want of salvation.
- ଉପାୟହୀନତା Want of resources.
- ନିରାଶ୍ରୟତା Helplessness.
- ଦୁର୍ଦ୍ଦଶା Misfortune.
- (ସଂ.ବିଣ.) - ଗତିହୀନ Motionless.
- ଉପାୟବିହୀନ Resourceless.
- ନିରୁପାୟ Having no means.
- ସଦ୍ଗତି ବା ମୋକ୍ଷହୀନ Devoid of salvation.
- ନିରାଶ୍ରୟ Helpless.
- ବିପନ୍ନ Involved in danger.
- (ଦେ.ବିଣ.) - ଅସତ୍ପଥଗାମୀ; ଅସଦାଚାରୀ Doing evil acts.
|
| 608 |
ଅଗତିପଣ |
- Agatipaṇa (ଦେ.ବି.) - ଅସଦାଚରଣ; ଅସତ୍ପଥରେ ଗମନ Bad conduct; taking to evil ways.
|
| 609 |
ଅଗତିର ଗତି |
- Agatira gati (ଦେ.ବି.) - ନିରୁପାୟ ବ୍ୟକ୍ତିର ଉପାୟ ସ୍ୱରୂପ A helper of the helpless.
- ଅମୋକ୍ଷ ବ୍ୟକ୍ତିର ମୋକ୍ଷଦାତା Saviour of the sinner.
- ବିପନ୍ନର ଉଦ୍ଧାରକର୍ତ୍ତା Deliverer of the afflicted.
|
| 610 |
ଅଗତ୍ୟା |
- Agatyā (ସଂ.କ୍ରି. ବିଣ.) - ନିରୁପାୟ ହୋଇ In a helpless condition.
- ଅନନ୍ୟଗତିକ ହୋଇ; ଉପାୟାନ୍ତର ବିହିନ ଅବସ୍ଥାରେ Having no other resource or alternative.
- ବାଧ୍ୟ ହୋଇ Perforce; inevitable.
- (ସଂ.ଅ.) - ସୁତରାଂ; ଫଳତଃ Veritably; as a matter of fact.
|