| 596 |
ଅଗଣନା |
- Agaṇanā (ଦେ.ବିଣ.) - ଅଗଣନ; ଅଗଣ୍ୟ; ଅସଂଖ୍ୟ Countless.
- (ସଂ.ବିଣ.) - ଅଗଣନର ସ୍ତ୍ରୀଲିଙ୍ଗ Feminine of Agaṇaṇa.
|
| 597 |
ଅଗଣନୀୟ |
- Agaṇanīya (ସଂ.ବିଣ.) - ଅସଂଖ୍ୟ; ଅଗଣତି Countless.
- ଅଗଣିତା; ଯେଉଁ ବ୍ୟକ୍ତି ସମାଜରେ ଗଣ୍ୟ ମାନ୍ୟ ନୁହେ Not respectable; man of straw.
- ଅଗ୍ରାହ୍ୟ; ଯାହା ବିବେଚିତ ବା ଗୃହୀତ ହେବାର ଯୋଗ୍ୟ ନୁହେ Inconsiderable.
|
| 598 |
ଅଗଣପେଟ |
- Agaṇapeta (ଦେ.ବି.) - (ଯେଉଁ ପେଟ ମଧ୍ୟରେ ଗଣିବାକୁ ମଧ୍ୟ ଗୋଟିଏ ଭାତ ମିଳିବ ନାହିଁ; ଯେଉଁ ଗର୍ଭରେ ଗୋଟିଏ ମାତ୍ର ଅନ୍ନ ପଡ଼ି ନାହିଁ।) ଯେଉଁ ବ୍ୟକ୍ତି କିଛି ମାତ୍ର ଖାଇ ନାହିଁ A person who has not had a morsel of food.
|
| 599 |
ଅଗଣା |
- Agaṇā (ଦେ.ବି.) - ଅଙ୍ଗନ; ପ୍ରାଙ୍ଗଣ Courtyard.
- (ଲକ୍ଷଣାର୍ଥ) କ୍ଷେତ୍ର; ସ୍ଥାନ Place.
- (ଦେ.ବିଣ.) - ଅଗଣ୍ୟ; ଅସଂଖ୍ୟ Countless.
- ଅଗଣିତ; ଯାହା ଗଣନା କରାଯାଇ ନାହିଁ Uncounted.
- ନଗଣ୍ୟ; ହେୟ Contemptible; in significant
- ଯେଉଁ ବାଳକର ଜାତକ ବା ଜନ୍ମପତ୍ରିକା ବିଷୟରେ ଜ୍ୟୋତିଷିକ ଗଣନା କରାଯାଇ ନାହିଁ (a boy) Who has not had his horoscope calculated.
- (ଦେ.ବି.) - ଅପର୍ତ୍ତିଆଣୀ ବାଳକକୁ ଦିଆଯିବା ନାମ ବିଶେଷ A name given to a boy whose elder had died before his birth.
|
| 600 |
ଅଗଣା ଅପୁଛା |
- Agaṇā apuchhā (ଦେ.ବିଣ.) - ନଗଣ୍ୟ; ଯେଉଁ ଲୋକକୁ କେହି ମନୁଷ୍ୟରେ ଗଣନା କରେ ନାହିଁ କିମ୍ବା ପଚାରେ ନାହିଁ (a person) Of no importance; insignificant.
- ଯେ ଅନିମନ୍ତ୍ରିତ ହୋଇ କୌଣସି ସ୍ଥାନକୁ ଆସିଥାଏ (a person) Who comes to a place without any invitation.
- ଯେ ଅନୁରୁଦ୍ଧ ନ ହୋଇ କୌଣସି କର୍ମ କରେ (a person) Who does a work without being asked to do it.
- ଯେଉଁ ବାଳକର ଜାତକପତ୍ର ଗଣାପୋଛା ହୋଇ ନାହିଁ (a boy) Whose horoscope has not been cast.
- ଯେଉଁ ବିବାହରେ ବରକନ୍ୟାଙ୍କ ଜାତକ ଗଣାପୋଛା ମେଳ କରାଯାଇ ନଥାଏ (a marriage) In which the respective horoscopes of the bridegroom and the bride have not been calculated (to see if they will suit each other).
- ଯେଉଁ ଆଗନ୍ତୁକ ବ୍ୟକ୍ତିର ବିବାହାଦି ଉତ୍ସବରେ କେହି ତତ୍ତ୍ୱ ନିଅନ୍ତି ନାହିଁ (a guest) Who is not looked after by any body in a social festivity.
|