Language Section

 

 

 

 

 

 

Dictionary : View_page

ID Main Word Content
506 ଅକ୍ସିଜେନ

Category :  [ Chemistry]

  1. Aksijen (ବୈଦେ. ବି.)ଅମ୍ଳଜାନ ବାଷ୍ପ Oxygen.
    [ ଦ୍ର ] ଏହା ଜଳର ଏବଂ ବାୟୁର ଗୋଟିଏ ପ୍ରଧାନ ଉପାଦାନ; 1 ଭାଗ ଅକ୍ସିଜେନ୍ ଓ 2 ଭାଗ ହାଇଡ୍ରୋଜେନ୍ର ରାସାୟନିକ ମିଶ୍ରଣରେ ଜଳ ଉତ୍ପନ୍ନ ହୁଏ। ଏହି ବାଷ୍ପର ବିଶେଷ ଦାହିକା ଶକ୍ତି ଅଛି। ବାୟୁରେ ଏହି ବାଷ୍ପ ମିଶି ଥିବାରୁ ବାୟୁ ସାହାଯ୍ୟରେ ନିଆଁ ଜଳେ। ସାଧାରଣତଃ ବାୟୁରେ ଶତକଡ଼ା 21 ଭାଗ ଅକ୍ସିଜେନ ଅଛି।
507 ଅଖିନୀ

Also : [ ୟଖନୀ, ଆଖ୍ନୀ ]

  1. Akhnī  (ବୈଦେ. ବି.) - ସୋରୁଆ; ମାଂସର ଝୋଳ Soup.
  2. ପଲଉ ପାଇଁ ପ୍ରସ୍ତୁତ ମସଲା ସିଝା ପାଣି  Water boiled with spices used for preparing palau
508 ଅଖ୍‌ରୋଟ୍‌

ଅନ୍ୟନାମ : [ ଅଖ୍ରୋଟ୍, ଚାର୍ତ୍ତଗଜ୍‌, ଅକ୍ଷୋଟକ; ଅକ୍ଷୋଡ଼; ଆକ୍ଷୋଟ; କର୍ପରାଳ, ଆଖ୍ରୋଟ ]

  1. Akhroṭ (ସଂ.ବି.) - (ଫଳବିଶେଷପାର୍ବତ୍ୟ ବୃକ୍ଷ ଓ ତହିଁର ଫଳ; ଗିରିସମ୍ଭବ ପୀଲୁ ବୃକ୍ଷ ଓ ଫଳ। ଆଖ୍ରୋଟ The walnut; J̄uglans Regia; Aleurites Moluccana (Kirtikar). 
  2. ଦେଶୀ ଆଖ୍ରୋଟ The Indian walnut; the candlenut; Aleurites Triloba.
509 ଅଖ
  1. Akha (ଦେ.ବି.) - ଶଗଡ଼ର ଦୁଇଚକ ମଧ୍ୟରେ ଲାଗିଥିବା ଭାରବାହୀ ଦଣ୍ଡ; (ଏହା ଉପରେ ଶଗଡ଼ର ଦଣ୍ଡା ରହେ।) Axle tree.
  2. ଓଖ; ମନ୍ଦ ଅଭ୍ୟାସ  A bad habit. 
  3. ଦୋଷ Fault; defect. 
  4. ବାହାନା Pretence; excuse.
510 ଅଖଉରିଆ
  1. Akhauriā  (ଦେ.ବିଣ.) - (ସଂ. ଅ+କ୍ଷୌର) ଯେଉଁ ବ୍ୟକ୍ତି ଖିଅର ହୋଇ ନଥାଏ Unshaven. 
  2. (ସଂ. ଖର) - ଯାହାର ଦେହ ଖଉରିଆ ବା ରୁକ୍ଷ ନୁହେଁ A person whose body is not rough.
Page 102 of 605



expoodisha.com

 

Other Dictionary