| 511 |
ଅଖକାଠ |
- Akhakāṭha (ଦେ.ବି.) - ଅଖ ପାଇଁ ଉପଯୋଗୀ ଅର୍ଥାତ୍ ବେଶି ଭାର ବହନକ୍ଷମ କାଠ। A wood fit for being made into axle.
[ ଦ୍ର ] ସବୁ ପ୍ରକାରର କାଠରେ ଅଖ ତିଆରି ହୁଏନାହିଁ। ଯେଉଁ କାଠ ବିଶେଷ ଭାରସହ ସେହି ଜାତୀୟ କାଠରେ ଅଖ ତିଆରି ହୁଏ ଯଥା—ଧଅ, ଧାମଣ, ଗିରିଙ୍ଗା, ଅସନ, ବେଲ।
|
| 512 |
ଅଖକାଢ଼ିବା |
- Akhakāṟḍ̠hibā (ଦେ.କ୍ରି) - ବାହାନା କରିବା; ଛଳନା କରିବା To feign; to put forth an excuse.
|
| 513 |
ଅଖଚୂଳ |
Also : [ ଅଖଚୂଳୀ ]
- Akhachūḻa (ଦେ.ବି.) - ଶଗଡ଼ର ଅଖର ଶେଷ ମୁଣ୍ଡ, ଯାହା ଚକ ମଧ୍ୟରେ ପଶିବା ପରେ ଚକର ନାହିଆରୁ ବାହାରକୁ ବାହାରି ଥାଏ ଓ ଯେଉଁଠାରେ ଛିଦ୍ର କରାଯାଇ ଅଣକୀଳି ମରା ହୋଇଥାଏ The protruding ends of an axle tree
|
| 514 |
ଅଖଞ୍ଜ |
- Akhan̄ja (ଦେ.ବି.) - ଅସୁବିଧା Inconvenience.
- ଅସୁବିଧାଜନକ ସମୟ Inconvenient time; inopportune moment.
- ଅସୁବିଧାପୂର୍ଣ୍ଣ ଅବସ୍ଥା Inconvenient state.
- (ଦେ.ବିଣ) - ଅସୁବିଧାଜନକ; ଅସଜିଆ Inconvenient; inopportune.
|
| 515 |
ଅଖଞ୍ଜଖଞ୍ଜ |
- Akhan̄jakhan̄ja (ଦେ.ବି) - (ବୀପରୀତାର୍ଥକ ସହଚର) ଅସୁବିଧା ଓ ସୁବିଧା Inconvenience and convenience.
- ଅସୁବିଧାଜନକ ସମୟ ଓ ସୁବିଧାଜନକ ସମୟ; ଅସମୟ ସମୟ Inopportune moments and convenient time.
- ଅସମୟ; ଅଭାବଗ୍ରସ୍ତ ସମୟ Times of need.
|