| 501 |
ଅକ୍ଷୋଭ |
Also : [ ଅକ୍ଷୋଭନୀୟ, ଅକ୍ଷୋଭୀ ]
- Akshobha (ସଂ.ବିଣ.) - କ୍ଷୋଭରହିତ; ଅକାତର Free from mental agitation.
- ଚିତ୍ତଚାଞ୍ଚଲ୍ୟରହିତ Free from mental restlessness.
- (ସଂ.ବି.) - କ୍ଷୋଭହୀନତା; କାତରତାର ଅଭାବ Absence of mental agitation or sadness.
- (ବିଣ.) - ହସ୍ତିବନ୍ଧନ ସ୍ତମ୍ଭ; ଆଲାନ; ହାତି ବନ୍ଧା ଯିବା ଖୁଣ୍ଟ The post to which an elephant is tied.
|
| 502 |
ଅକ୍ଷୋଭ୍ୟ |
- Akshobhya (ସଂ.ବିଣ.) - ଅବିଚଳିତ; ଯେଉଁ ବ୍ୟକ୍ତି ଆପଦ ବିପଦରେ କାତର ହୁଏ ନାହିଁ Unagitated, unperturbed.
- ଅଧୃଷ୍ୟ Invincible.
- (ସଂ.ବି.) - (ନାମ) ପାଞ୍ଚ ଜଣ ଧ୍ୟାନୀ ବୁଦ୍ଧଙ୍କ ମଧ୍ୟରୁ ଏକତମ Name of one of the five Dhyānī Buddhas.
|
| 503 |
ଅକ୍ଷୌହିଣୀ |
Also : [ ଅକ୍ଷୋହିଣି ]
- Aksha̲u̲hiṇī (ସଂ.ବି.) - ଯେଉଁ ସୈନ୍ୟଦଳରେ ୨୧୮୭୦ ରଥ, ୨୧୮୭୦ ହସ୍ତୀ, ୬୫୬୧୦ ଅଶ୍ୱ ଓ ୧୦୯୩୫୦ ପଦାତି, ଏପରି ସର୍ବସୁଦ୍ଧା ଦୁଇ ଲକ୍ଷ ଅଠର ହଜାର ସାତ ଶହ ସୈନ୍ୟ ଥାଆନ୍ତି An army consisting of 218700 soldiers of 4 classes.
[ ଦ୍ର ] ଅକ୍ଷୌହିଣୀର 1/10 ସଂଖ୍ୟକ ସେନାର ନାମ ଅନୀକିନୀ; ଅନୀକିନୀର 1/3=ଚମୂ; ଚମୂର 1/3=ପୃତନା; ପୃତନାର 1/3=ବାହିନୀ; ବାହିନୀର ୧/୩=ଗଣ; ଗଣର ୧/୫=ଗୁଳ୍ମ; ଗୁଳ୍ମର ୧/୩=ସେନାମୁଖ; ସେନାମୁଖର ୧/୩=ପତ୍ତି; ପ୍ରତ୍ୟେକ ପତ୍ତି ୧ ରଥ, ୧ ହସ୍ତୀ, ୩ ଅଶ୍ୱ ଓ ୫ ପଦାତିଦ୍ୱାରା ଗଠିତ।
ଏହି ଭିନ୍ନ ଭିନ୍ନ ସେନାଙ୍କ ନିର୍ଣ୍ଣୟ, ଯଥା - ଏକୈଭୈକ ରଥା ତ୍ର୍ୟଶ୍ୱା ପତ୍ତିଃ ପଞ୍ଚ ପଦାତିକା / ପତ୍ତ୍ୟଙ୍ଗୈ ସ୍ତ୍ରି ଗୁଣୈଃ ସର୍ବୈଃ କ୍ରମାଦାଖ୍ୟା ଯଥୋତ୍ତରଂ / ସେନାମୁଖଂ, ଗୁଳ୍ମଗଣୌ, ବାହିନୀ, ପୃତନା, ଚମୂଃ / ଅନୀକିନୀ ଦଶାନୀକି ନ୍ୟକ୍ଷୌହିଣ୍ୟଥ ସମ୍ପଦି
|
| 504 |
ଅକ୍ସଫୋର୍ଡ |
- Aksphoṟḍ̠ (ବୈଦେ. ବି.) - (ନାମ) ଇଂଲଣ୍ଡର ଗୋଟିଏ ସାୟାର ବା ଜିଲ୍ଲା ଏବଂ ତହିଁର ପ୍ରଧାନ ନଗରର ନାମ Oxford, name of a Shire and town in England.
- ଏହି ନଗରରେ ଅକ୍ଟଫୋର୍ଡ ବିଶ୍ୱବିଦ୍ୟାଳୟ ଅଛି The University of Oxford is located in this city.
|
| 505 |
ଆକ୍ସାଲିକ୍ ଏସିଡ୍ |
Category : [ Chemistry]
- Aksālik ecid (ବୈଦେ. ବି.) - ରାସାୟନିକ ବାଷ୍ପବିଶେଷ Oxalic acid.
|