| 4001 |
ଅନ୍ୟୁଅନ୍ୟେ |
- Anyuanye (ଦେ.ପଦ୍ୟ.) - (ସଂ. ଅନ୍ୟୋଽନ୍ୟ) ଅନ୍ୟୋଽନ୍ୟରେ; ପରସ୍ପର Mutually.
- ଦୁଇ କିମ୍ବା ଅଧିକ ବ୍ୟକ୍ତି ବା ବସ୍ତୁଙ୍କ ମଧ୍ୟରେ ଥିବା ସମ୍ପର୍କ, ଯେଉଁଥିରେ 'ଜଣେ ଅନ୍ୟ ଜଣକୁ' ବୋଲି ବୁଝାଯାଏ A relationship between two or more people or things, in which 'one refers to another'
|
| 4002 |
ଅପ୍ |
- Ap (ସଂ.ବି.) - ଜଳ, ପାଣି water
|
| 4003 |
ଅପ |
- Apa (ସଂ.ଉପସର୍ଗ) - (ଶବ୍ଦର ପୂର୍ବରେ ଲାଗିଲେ ଏହା ନିମ୍ନଲିଖିତ ଅର୍ଥମାନ ବୁଝାଏ) ନିକୃଷ୍ଟ; ଅଧମ; ନୀଚ (ଯଥା- ଅପଘାତ; ଅପମୃତ୍ୟୁ) Corruption; badness.
- ରହିତ; ବର୍ଜନ (ଯଥା - ଅପମାନ) Separation; want.
- ବିରୁଦ୍ଧ; ବିପରୀତ (ଯଥା - ଅପଯଶ) Opposite.
- କୁତ୍ସିତ (ଯଥା - ଅପାକ୍ଷ; ଅପାଙ୍ଗ; ଅପରୂପ) Deformed.
- ଅନାଦର; ଅପକର୍ଷ (ଯଥା - ଅପକର୍ମ) Disrespect; undesirable.
- ବିକୃତି (ଯଥା - ଅପଚୟ) Corruption.
- ନିର୍ଦ୍ଦେଶ (ଯଥା - ଅପଦେଶ) Ascertainment.
- ଚୌର୍ଯ୍ୟ (ଯଥା - ଅପହରଣ) Stealing.
- ଅଧଃପ୍ରଦେଶ (ଯଥା - ଅପାନ) Under; below; downwards.
- ଦୂରତ୍ୱ (ଯଥା - ଅପଗତ) Away from; exclusion; distance.
- ମିଥ୍ୟା (ଯଥା - ଅପକଳଙ୍କ) False.
- ଅନିଷ୍ଟ (ଯଥା - ଅପକାର) Injury.
- (ଦେ.ବି.) - (ନାମ) ଅପର୍ତ୍ତିଆର ଡାକ ନାମ Name for calling Aparttiā.
- ସ୍ତ୍ରୀ (ନାମ) ଅପ୍ସରାର ଡାକ ନାମ Name for calling Apsarā.
- (ସଂ. ଅପ୍) ଜଳ; ପାଣି Water.
|
| 4004 |
ଅପକର୍ମ |
- Apakarma (ସଂ.ବି) - ଦୁଷ୍କ୍ରିୟା; ଗର୍ହିତ କାର୍ଯ୍ୟ Wicked act; unworthy action.
|
| 4005 |
ଅପକର୍ଷ |
- Apakarsha (ସଂ.ବି) - ନିକୃଷ୍ଟତା; ନୀଚତା Meanness.
- ଅନ୍ୟାୟ ମତ Wrong bias.
- ଅବନତି; ବିଦ୍ୟମାନ ଧର୍ମର ଅପଚୟ Degeneration; deterioration.
- ନୀଚବୃତ୍ତି Evil tendency.
|