Language Section

 

 

 

 

 

 

Dictionary : View_page

ID Main Word Content
3976 ଅନ୍ୟଦା
  1. Anyadā (ସଂ.ଅ.)ଅନ୍ୟ ସମୟରେ At another time.
3977 ଅନ୍ୟଦୀୟ
  1. Anyadīya (ସଂ.ବିଣ.) - ଅନ୍ୟ ସମ୍ବନ୍ଧୀୟ Belonging to another.
  2. ଅପର ସଂକ୍ରାନ୍ତ Pertaining to another.
3978 ଅନ୍ୟନିରପେକ୍ଷ
  1. Anyanirapeksha  (ସଂ.ବିଣ.) - ଅନ୍ୟର ସାହାଯ୍ୟକୁ ଅପେକ୍ଷା ନ କରୁଥିବା (ବ୍ୟକ୍ତି) Not looking for another's help.
  • ଅନ୍ୟନିରପେକ୍ଷା - (ସ୍ତ୍ରୀ)
3979 ଅନ୍ୟପୁଷ୍ଟ
  1. Anyapushṭa  (ସଂ.ବିଣ.) - ପରପାଳିତ Brought up by strangers.
  2. କୋକିଳ The cuckoo (whose egg is hatched and the young ones reared by the crow.)

 [ ଦ୍ର ] ଅନ୍ୟ ଅର୍ଥାତ୍ କାକଦ୍ୱାରା ପରିଚାଳିତ - କୋକିଳ ଡିମ୍ବ ଜନ୍ମ କରି ତାକୁ ଫୁଟାଇ ପାରେ ନାହିଁ ଓ ତାକୁ ଉଷୁମାଇ ଫୁଟାଇବା ନିମନ୍ତେ କୁଆ ବସାରେ କୁଆ ଡିମ୍ବ ସଙ୍ଗେ କୁଆର ଅଜ୍ଞାତରେ ରଖି ଦେଇ ଆସେ କୁଆ ଆପଣା ଡିମ୍ବ ସଙ୍ଗେ ସେ ଡିମ୍ବକୁ ଉଷୁମାଇ, ଫୁଟାଇ, ଛୁଆକୁ ପାଳେ। ପରେ ଛୁଆ ଉଡ଼ିବାକୁ ସମର୍ଥ ହେଲେ କୋକିଳ ପାଖକୁ ଚାଲି ଆସେ।

  • ଅନ୍ୟପୁଷ୍ଟା - (ସ୍ତ୍ରୀ)
3980 ଅନ୍ୟପୂର୍ବା
  1. Anyapūrbā (ସଂ.ବିଣ.) - ବିବାହ ପୂର୍ବରୁ ଯେଉଁ କନ୍ୟାର ଅନ୍ୟ ବର ସଙ୍ଗେ ବିବାହ ସମ୍ବନ୍ଧ ସ୍ଥିର ହୋଇ (ବରର ମୃତ୍ୟୁ ବା ଅନ୍ୟ କାରଣରୁ) ଭାଙ୍ଗି ଯାଇଥାଏ। ବରପୂର୍ବା; କନ୍ୟାପୁନର୍ଭୂ (girl) Previously betrothed to a person; (a girl) married to a person other than the bridegroom to whom she had been first betrothed (on account of the 1st chosen bridegroom's death or other causes)
Page 796 of 845



expoodisha.com

 

Other Dictionary