| 3601 |
ଅନୁସନ୍ଧାନୀ |
- Anusandhānī (ଦେ.ବିଣ.) - ଅନୁସନ୍ଧାନ କରିବାରେ ପଟୁ; ଯେ ଅନୁସନ୍ଧାନ କରି ଜାଣେ Expert in finding out a clue, skilful in investigation.
|
| 3602 |
ଅନୁସନ୍ଧାୟୀ |
- Anusandhāyī (ସଂ.ବିଣ.) - ଯେ ଅନୁସନ୍ଧାନ କରେ Enquiring; investigating.
- ଯେ ଅନୁସନ୍ଧାନ କର୍ମରେ ପଟୁ Expert in investigation.
|
| 3603 |
ଅନୁସନ୍ଧିତ୍ସା |
- Anusandhitsā (ସଂ.ବି.) - ଅନୁସନ୍ଧାନ କରିବାର ଇଚ୍ଛା Inquisitiveness; tendency to enquire.
|
| 3604 |
ଅନୁସନ୍ଧିତ୍ସୁ |
- Anusandhitsu (ସଂ.ବିଣ.) - ଅନୁସନ୍ଧାନ କରିବା ପାଇଁ ଇଚ୍ଛୁକ Desirous of enquiring.
- ଅନୁସନ୍ଧାନ କରିବାକୁ ବ୍ୟଗ୍ର Investigative; curious to enquire.
|
| 3605 |
ଅନୁସନ୍ଧେୟ |
- Anusandheya (ସଂ.ବିଣ.) - ଯାହା ଖୋଜିବା ଦରକାର To be scrutinised; to be searched after.
- ଅନ୍ୱେଷଣ କରିବାର ଯୋଗ୍ୟ Worth enquiring; worthy of scrutiny.
|