| 3456 |
ଅନୁବଦ୍ଧ |
- Anubaddha (ସଂ.ବିଣ.) - ସମ୍ବନ୍ଧ; ବାଧ୍ୟ; ସମ୍ପର୍କଯୁକ୍ତ Related to; connected with.
|
| 3457 |
ଅନୁବନ୍ଧ |
- Anubandha (ସଂ.ବି.) - ବାଧ୍ୟତା Obligation.
- ଦୃଢ଼ବନ୍ଧନ; ସଂଯୋଗ Attachment; intimate connection; strong bond.
- ସମ୍ପର୍କ Connection; relation. (ଯଥା - କର୍ମାନୁବନ୍ଧ; କାର୍ଯ୍ୟାନୁବନ୍ଧ=କାର୍ଯ୍ୟରେ ବାଧ୍ୟତା)
- ଉପକ୍ରମ; ଆରମ୍ଭ Commencement; beginning.
- ଉପଲକ୍ଷ Occasion.
- ପୁର୍ବ ଲକ୍ଷଣ Preliminary sign.
- ଆରୋପ Attribute.
- ଅନୁବୃତ୍ତି Repetition.
- ଧାରାବାହିକତା Continuation; continuance.
- ଅନୁରୋଧ Request.
- କ୍ରମ Series.
- (ଅନୁ+ବନ୍ଧ ଧାତୁ+କର୍ତ୍ତୃ. ଅ) ଶିଶୁ Child; infant.
- ଉଦ୍ଦେଶ୍ୟ Motive.
- (ବେଦାନ୍ତଦର୍ଶନ) କୌଣସି ଶାସ୍ତ୍ର ପାଠ କରିବା ନିମନ୍ତେ ପ୍ରୟୋଜନୀୟ ଚାରିଟି ଉପାଦାନ (ଅଧିକାରୀ; ବିଷୟ; ସମ୍ବନ୍ଧ ଓ ପ୍ରୟୋଜନ) ମଧ୍ୟରୁ ଏକତମ (Bedānta philosophy) One of the four materials required for studying the Sāstras.
- ଫଳ Consequence.
- ବିଷୟ ବନ୍ଧନର କାରଣ (Philosophy) Indispensable bond binding a person to mundane affairs.
- (ସଂ. ବ୍ୟାକରଣ) କୌଣସି ଶବ୍ଦ ନିମନ୍ତେ କଳ୍ପିତ ବର୍ଣ୍ଣ (ଯାହାକୁ ଇତ୍ କହନ୍ତି) A conventional letter of a syllable dropped in composition.
- (ଗଣିତ) ଏକଧିକ ଭଗ୍ନାଂଶର ଯୋଗ ବା ସମଷ୍ଟି (arithmetic) The junction of fractions.
- (ସଂ. ବ୍ୟାକରଣ) ଧାତୁ ଶେଷରେ ଲାଗିଥିବା କାର୍ଯ୍ୟ - ବିଶେଷସୂଚକ ବର୍ଣ୍ଣ (Sanscrit grammar) Letter added to a root to indicate the mode forming different senses.
[ ଦ୍ର ] ସଂସ୍କୃତ ବ୍ୟାକରଣରେ ଧାତୁମାନଙ୍କର ଭିନ୍ନ ଭିନ୍ନ କାଳ ଆଦିରେ ରୂପ କରିବା ପାଇଁ କେତେଗୁଡ଼ିଏ ନିୟମ ଅଛି। କେଉଁ ଧାତୁକୁ କିପରି ରୂପ କରିବାକୁ ହେବ; ତାହା ଉକ୍ତ ଧାତୁ ଶେଷରେ ଥିବା ଅନୁବନ୍ଧ (ବା କାର୍ଯ୍ୟ ବିଶେଷ ସୂଚକ ବର୍ଣ୍ଣ) ରୁ ସୂଚିତ ହୁଏ ଯଥା - ଯେଉଁ ଧାତୁ ଶେଷରେ 'ଙ' ଅନୁବନ୍ଧ ଥାଏ, ସେହି ଧାତୁ ଆତ୍ମନେପଦୀ ହୁଏ। ଯେଉଁ ଧାତୁ ଶେଷରେ 'ଞ' ଥାଏ ସେହି ଧାତୁ ଉଭୟପଦୀ; 'ଉ' ଅନୁବନ୍ଧ ଥିଲେ ‘କ୍ତ୍ୱା’ ପ୍ରତ୍ୟୟରେ ବିକଳ୍ପରେ 'ଇ' ଆଗମ ହୁଏ। 'ଇ' ଅନୁବନ୍ଧ ଥିଲେ, 'କ୍ତ' ପ୍ରତ୍ୟୟରେ 'ଇ' ଆଗମ ହୁଏ ନାହିଁ ଇତ୍ୟାଦି।
|
| 3458 |
ଅନୁବନ୍ଧିତ୍ବ |
- Anubandhitwa (ସଂ.ବି.) - ଅବିଚ୍ଛିନ୍ନସମ୍ବନ୍ଧ Constant association, connection; firm attachment.
- ଧାରାବାହିକତା Sequence.
|
| 3459 |
ଅନୁବନ୍ଧିତ |
- Anubandhita (ସଂ.ବି.) - ଅବିଚ୍ଛିନ୍ନସମ୍ବନ୍ଧ Constant association, connection; firm attachment.
- (କୌଣସି ବଡ଼ ସଂସ୍ଥା ବା ମନ୍ତ୍ରଣାଳୟ ସହ ଜଡ଼ିତ) ସଂଯୁକ୍ତ / ସଂଶ୍ଳିଷ୍ଟ Attached/Associated
- (ଚୁକ୍ତି କିମ୍ବା ବୁଝାମଣା ଦ୍ୱାରା ବାନ୍ଧି ହୋଇଥିବା) ଚୁକ୍ତିବଦ୍ଧ (Contracted/Affiliated
|
| 3460 |
ଅନୁବନ୍ଧୀ |
- Anubandhī (ସଂ.ବିଣ.) - (ଯେ ସବୁବେଳେ ପାଖରେ ଥାଏ) ଅବଚ୍ଛିନ୍ନ Constantly associated.
- ସହଚାରୀ Firmly attached to
- ଅନୁବର୍ତ୍ତୀ Following.
- ଅନୁରୋଧକାରୀ One who makes a request.
- (ସଂ.ବି.) - ହିକ୍କା Hiccough.
- ତୃଷ୍ଣା Hankering; thirst.
|