| 2781 |
ଅନୋଳି |
Also : [ ଅନଓଳି, ଅନଉଳି ]
- Anoḻi (ଦେ.ବିଣ.) - ଅନ୍ନ ଛଡ଼ା ଅନ୍ୟ ଖାଦ୍ୟ (ଦ୍ରବ୍ୟ); ଶୀତଳ (ସାମଗ୍ରୀ); ନିଶଙ୍ଖୁଡ଼ି; ଅରନ୍ଧା (ଖାଦ୍ୟ) Uncooked (food).
- (ଦେ.ବି.) - ଅରନ୍ଧା (ଅପକ୍ବ ଖାଦ୍ୟ ଦ୍ରବ୍ୟ) Uncooked food.
|
| 2782 |
ଅନଂଶ |
- Anaṁṡa (ସଂ.ବିଣ.) - ଯେ ହିଂସା ପାଇବାକୁ ହକ୍ଦାର ନୁହେଁ Not entitled to a share.
- ଯାହାର ଭାଗ ନାହିଁ Portionless.
|
| 2783 |
ଅନକ |
- Anaka (ସଂ.ବିଣ.) - ନୀଚ; ଅମଦା (ବ୍ୟକ୍ତି) Lowbred (person) (literally boisterous)
|
| 2784 |
ଅନକ ଅବସ୍ତା |
- Anaka Abastā (ଦେ.ବି.) - (ସଂ. ଅନେକ+ଅବସ୍ଥା) ଅଧମାବସ୍ଥା; ନାନା ଦୁଃଖ Miseries.
- ବହୁ ହୀନ ଦଶା Vicissitudes of fortune; series of misfortunes
|
| 2785 |
ଅନକ ଅବସ୍ତୀ |
- Anaka abastī (ଗ୍ରା.ବିଣ.) - (ସଂ. ଅନେକ+ଅବସ୍ଥା) (ଯେଉଁ ସ୍ତ୍ରୀ ଅନେକ ଅବସ୍ଥା ଭୋଗ କରିଛି ବା କରିବ ସ୍ତ୍ରୀମାନଙ୍କ ପ୍ରତି ପ୍ରଯୁଜ୍ୟ ଗାଳି) ହତଭାଗିନୀ Unfortunate (Women).
- ଅଲକ୍ଷଣି (a women) Of evil omen.
- ଅମଙ୍ଗୁଳୀ Inauspicious.
|