| 2786 |
ଅନକା |
- Anakā (ବି.) - (ପ୍ରାଦେ - ସମ୍ବଲପୁର) ଅଣକ Wooden spoon.
|
| 2787 |
ଅନକୂଳ |
- Anakuḻa (ଗ୍ରା.ବି.) - (ସଂ. ଅନୁକୂଳ) ଯାତ୍ରା ଓ ମଙ୍ଗଳ କାର୍ଯ୍ୟ ଆରମ୍ଭ କରିବାପାଇଁ ଜ୍ୟୋତିଷ ମତରେ ଶୁଭ ମୁହୂର୍ତ୍ତ Propitious time for beginning work or starting for a place.
- ଆରମ୍ଭ Beginning.
- ଯାତ୍ରାରମ୍ଭ Beginning of a journey; a start.
|
| 2788 |
ଅନକୂଳବିରାଡ଼ି |
- Anakuḻabirāṟḍ̠i (ଗ୍ରା.ବି.) - ଅମଙ୍ଗୁଳିଆ; କୌଣସି ଶୁଭ କାର୍ଯ୍ୟ ଆରମ୍ଭ କଲାବେଳେ ବା ଯାତ୍ରାରମ୍ଭ କଲାବେଳେ ଯେଉଁ ବ୍ୟକ୍ତିର ମୁହଁ ଚାହିଁବା ଅଶୁଭଜନକ ବୋଲି ଲୋକେ ବିଶ୍ୱାସ କରନ୍ତି An inauspicious person; a person with an evil reputation to the effect that if his face be seen by a person starting on a mission, the mission will end in failure.
[ ଦ୍ର ] ପ୍ରବାଦ ଅଛି ଯେ ଅନୂକୁଳ କରିବା ସମୟରେ ବିରାଡ଼ି ଖୁଆଖୋଇ ହେଲେ ଅଶୁଭ ଫଳ ଘଟେ, ଏହି ପ୍ରବାଦ ବା ଲୋକ ବିଶ୍ୱାସରୁ ଏ ଶବ୍ଦର ବ୍ୟବହାର।]
|
| 2789 |
ଅନକ୍ଷ |
- Anaksha (ସଂ.ବିଣ.) - ଚକ୍ରରହିତ; ଚକ୍ରହୀନ Wheeless.
- ଯାହାର ଅଖ ନାହିଁ Without an axle-tree.
- ଇନ୍ଦ୍ରିୟହୀନ Devoid of the senses.
- (ବୈଦିକ) ଚକ୍ଷୁହୀନ; ଅନ୍ଧ Blind.
|
| 2790 |
ଅନକ୍ଷର |
- Anakshara (ସଂ.ବିଣ.) - ଅବ୍ୟକ୍ତ କହିବାର ଅଯୋଗ୍ୟ Unfit to be uttered (M.W.) unspeakeble.
- ଅକ୍ଷର ଉଚ୍ଚାରଣ କରିବାକୁ ଅସମର୍ଥ Unable to articulate a syllable.
- ମୂକ Mute; dumb.
- ନିରକ୍ଷର; ମୂର୍ଖ Unlettered
- (ସଂ.ବି.) - ତିରସ୍କାର ବାକ୍ୟ Abusive language.
- ଅବକ୍ତବ୍ୟ ବଚନ Unspeakable words.
- ଗାଳି Censure; abuse.
- ନିନ୍ଦା Blame.
- (ଦେ.ବିଣ.) - ଅକ୍ଷୟ Indestructible.
|