| 2696 |
ଅଧୋଶଯ୍ୟ |
Also : [ ଅଧୋଶୟ ]
- Adhoṡaj̄a (ସଂ.ବିଣ.) - ଯେ ଭୂମିରେ ଶୁଏ Sleeping on the Ground.
- ଅଧୋଶୟା - (ସ୍ତ୍ରୀ)
- ଅଧୋଶଯ୍ୟା - (ସ୍ତ୍ରୀ)
|
| 2697 |
ଅଧୋଶଯ୍ୟା |
- Adhoṡaj̄yā (ସଂ.ବି.) - ଅଧୋଶଯ୍ୟର ସ୍ତ୍ରୀଲିଙ୍ଗ Feminine of Adhoṡaj̄ya.
- ଭୂମିରେ ଶୟନ Sleeping on the ground.
|
| 2698 |
ଅଧୋଶିରା |
- Adhoṡirā (ସଂ.ବିଣ.) - ଲଜ୍ଜାବନତ ମୁଖ; ଲଜ୍ଜା ଯୋଗୁଁ ତଳକୁ ପୋତା ହୋଇ ଥିବା ମୁହଁ Drooping face.
- (ବହୁବ୍ରୀହି) ଅବାକ୍ପୁଷ୍ପୀ ଗୁଳ୍ମ A plant (pimpinella Anisum).
- (ସଂ.ବି.) - ନାରକବିଶେଷ Name of a hell.
|
| 2699 |
ଅଧ୍ବ |
- Adhwa (ସଂ.ବି.) - (ଯାହା ଉପରେ ସର୍ବଦା ଗମନ କରାଯାଏ) ଦାଣ୍ଡ; ପଥ; ବାଟ; ରାସ୍ତା Road.
- ପଥ ଭ୍ରମଣ; ବାଟ ଚାଲିବା journey; travel.
- ଦୂରତ୍ୱ Distance; space.
- ଉପାୟ Means; resource.
- ଅବୟବ; ଅଙ୍ଗ Limb.
- ସମୟ; କାଳ Time.
- ଆକ୍ରମଣ Attack.
- ପରାଭବ Defeat.
- ଗ୍ରହମାନଙ୍କ ଭ୍ରମଣପଥ Orbit of a planet.
- ବେଦର ଶାଖା A recension of the Bedas and the school upholding it.
- ଆକାଶ Sky.
- ବାୟୁ Air; atmosphere.
- ପ୍ରଣାଳୀ Method.
[ ଦ୍ର ] ସଂ. ଅଧ୍ୱନ୍ ଶବ୍ଦ ସମାସରେ 'ଅଧ୍ୱ' ଆକାରରେ ପରିଣତ ହୁଏ। ଯଥା - ଅଧ୍ୱଗା; ଅଧ୍ୱଶ୍ରମ
|
| 2700 |
ଅଧ୍ବଖେଦ |
- Adhwakheda (ସଂ.ବି.) - ପଥଶ୍ରାନ୍ତି Uneasiness due to travelling.
|