| 2211 |
ଅଦନ |
Category : [ Food ]
- Adana (ସଂ.ବି.) - ଭୋଜନ; ଭକ୍ଷଣ Eating.
- (କର୍ମ. ଅନ) ଖାଦ୍ୟଦ୍ରବ୍ୟ Food.
|
| 2212 |
ଅଦନା |
- Adanā (ବୈ.ବିଣ.) - ତୁଚ୍ଛ; ହେୟ (ବ୍ୟକ୍ତି) Insignificant (person).
- ନୀଚ (ବ୍ୟକ୍ତି) Low; mean (person).
- ସାଧାରଣ; ମାମୁରି (କର୍ମ) Ordinary (matter).
- ଇତର (ବ୍ୟକ୍ତି) Ordinary (person) belonging to the mass.
- (ଦେ.ବିଣ.) - ଅଦିନିଆ (ବ୍ୟକ୍ତି); ଯେଉଁ ବ୍ୟକ୍ତି ଅକସ୍ମାତ୍ କୌଣସିଠାରେ ପହଞ୍ଚିଯାଏ (a person) who unexpectedly visits a place.
- ସାମୟିକ (କାର୍ଯ୍ୟ) Occasional (act).
- ଆଗନ୍ତୁକ (ବ୍ୟକ୍ତି) Stranger (person).
- ଅସ୍ଥାୟୀ (କର୍ମ) Temporary (act).
|
| 2213 |
ଅଦନ୍ତ |
- Adanta (ସଂ.ବିଣ.) - (ବ୍ୟାକରଣ) ଯେଉଁ ଶବ୍ଦ ଶେଷରେ 'ଅତ୍' ଥାଏ (Grammar) Word ending with the affix 'at'. (ଯଥା -ଦଦତ୍, ଗଚ୍ଛତ୍, କର୍ବତ୍, ଦଧତ୍।)
- ଯେଉଁ ଶବ୍ଦର ଶେଷ ଅକ୍ଷର 'ଅ' ଅଟେ (grammar) Word ending in the short vowel 'a'
- (ସଂ.ବିଣ.) - ଦନ୍ତହୀନ Toothless.
- ଯେଉଁ ଶିଶୁର ଦାନ୍ତ ଅବଧି ଉଠି ନାହିଁ (a child) Who has not yet teethed.
- (ସଂ.ବି.) - ଜୋକ Leech.
- (ବୀରଭଦ୍ର ଦକ୍ଷଯଜ୍ଞ ନଷ୍ଟ କରିବା ସମୟରେ ସେହି କନ୍ଦଳରେ ଏହାଙ୍କ ଦାନ୍ତଯାକ ଭାଙ୍ଗି ଯାଇଥିବାରୁ) ଦ୍ୱାଦଶାଦିତ୍ୟ ମଧ୍ୟରୁ ଏକତମ; ପୁଷା Pushā one of the twelve sun Gods.
|
| 2214 |
ଅଦନ୍ତ୍ୟ |
- Adantya (ସଂ.ବିଣ.) - ଯେଉଁ ବର୍ଣ୍ଣ ଦନ୍ତ୍ୟ ନୁହେ Not dental (letter).
- ଦନ୍ତ ଅନିଷ୍ଟକର Injurious to the teeth.
- ଦନ୍ତର ଅଯୋଗ୍ୟ Not suitable for the teeth.
- (ସଂ.ବି.) - ଦନ୍ତହୀନତା Toothlessness.
|
| 2215 |
ଅଦ୍ଭୁତ |
Also : [ ଅଦ୍ଭୁତ ]
- Adabhuta (ଗ୍ରା.ଓ (ପଦ୍ୟ) ବିଣ.) - ଅଦ୍ଭୁତ; ଆଶ୍ଚର୍ଯ୍ୟଜନକ Wonderful.
- ଅପ୍ରତ୍ୟାଶିତ Unexpected.
- ହଠାତ୍ ଘଟିବା Sudden.
- ଆଶ୍ଚର୍ଯ୍ୟଜନକରୂପେ Wonderfully.
- ଅପ୍ରତ୍ୟାଶିତ ଭାବରେ Unexpectedly
- ହଠାତ୍ Suddenly.
|