| 2111 |
ଅତ୍ୟହ୍ନ |
- Atyahana (ସଂ.ବିଣ.) - ଏକ ଦିନରୁ ଅଧିକକାଳସ୍ଥାୟୀ Surpasing a day in duration.
|
| 2112 |
ଅତ୍ୟାକାର |
- Atyākāra (ସଂ.ବିଣ.) - ଅସୁନ୍ଦର; କଦାକାର Ugly; ill-shaped.
- (ସଂ.ବି.) - ଅତି ବୃହତ୍ ଆକାର A very large shape.
- ନିନ୍ଦା Blame.
- ଘୃଣା Contempt.
- ଗାଳି Abuse.
- ଅତ୍ୟାକାରିତ (ବି)
- ଅତ୍ୟାକାରା (ସ୍ତ୍ରୀ)
|
| 2113 |
ଅତ୍ୟାଚାର |
- Atyāchāra (ସଂ.ବିଣ.) - ସଦାଚାର ବହିର୍ଭୂତ Against or opposed to approved usage.
- ସଦାଚାର ବିରୁଦ୍ଧ କର୍ମକାରୀ Negligent of established custom.
- (ସଂ.ବି.) - ହେଳା Negligence; neglect.
- ଅନୁଚିତାଚରଣ; ଅସଦାଚରଣ Improper conduct.
- ସଦାଚାର ବହିର୍ଭୂତ କାର୍ଯ୍ୟକରଣ Performance of acts not sanctioned by usage.
- ଅନ୍ୟାୟ ବା ବେଆଇନ୍ ଆଚରଣ Wrong or illegal conduct.
- ଉତ୍ପୀଡ଼ନ; ଉପଦ୍ରବ; ଦୌରାତ୍ମ୍ୟ Oppression; outrage.
- ମନ୍ଦ ବ୍ୟବହାର Illtreatment.
- ଅଭଦ୍ରାଚରଣ Misbehaviour; indecorous conduct.
- ବିଧି ବା ନିୟମ ଭଞ୍ଜନ Transgression; infringement of rules.
- କର୍ତ୍ତବ୍ୟ ଲଙ୍ଘନ Breach of duty.
- କର୍ତ୍ତବ୍ୟ ଅପେକ୍ଷା ବେଶି କର୍ମ କରଣ Performance of works of supererogation.
- ଅତ୍ୟାଚାରିଣୀ (ସ୍ତ୍ରୀ)
- ଅତ୍ୟାଚାରିତ, ଅତ୍ୟାଚାରୀ (ପୁ)
|
| 2114 |
ଅତ୍ୟାଚାରିତ |
- Atyāchārita (ସଂ.ବିଣ.) - ଯାହା ପ୍ରତି ଅତ୍ୟାଚାର କରା ଯାଇଥାଏ; ଉତ୍ପୀଡ଼ିତ Oppressed; ill treated.
|
| 2115 |
ଅତ୍ୟାଚାରୀ |
- Atyāchārī (ସଂ.ବିଣ.) - ଯେ ଅତ୍ୟାଚାର କରେ Oppressive.
|