| 2066 |
ଅତୁଠ |
Also : [ ଅତୋଠ ]
- Atuṭha (ଦେ.ବି.) - ନଦୀ ବା ଜଳାଶୟର ଯେଉଁ ଅଂଶ ଗାଧୁଆତୁଠ ବା ପାଣିଘାଟରୂପେ ବ୍ୟବହୃତ ହୁଏ ନାହିଁ That part of a tank or river not used for bathing or watering purposes.
- (ଦେ.ବିଣ.) - ଯେଉଁ ନଦୀ ବା ପୋଖରୀରେ ଗାଧୁଆ ତୁଠ ନ ଥାଏ (a river or tank) Having no bathing-ghat.
|
| 2067 |
ଅତୁଣ୍ଡି |
Also : [ ଆତୁଣ୍ଡି ]
- Atuṇḍi (ପ୍ରା.ଗଡ଼ଜରତ) - ଏକ ଜାତୀୟ ଲତା A wild creeper; Calycopteris Floribunda.
[ ଦ୍ର ] ଏହା ଦୁଇ ପ୍ରକାରର - କଳା ଓ ଧଳା। ପ୍ରଥମେ ମୂଳରୁ ଗଛ ପରି ଉଠେ; ପରେ ଗଣ୍ଡିର ଡାଳମାନ ଝଙ୍କା ମେଲି ଲତା ଆକାର ଧରେ। ଏହାର ପତ୍ରକୁ ବ୍ରଣ ଓ ଘାଆରେ ପକାନ୍ତି ଏବଂ ପତ୍ରକୁ ବାଟି ତଳିପାର ବାଲିଜନ୍ଦା ଘାଆରେ ବୋଳିଲେ ତାହା ଭଲ ହୁଏ। କିନ୍ତୁ କିଛିଦିନ ସକାଶେ ତଳିପା କଳା ପଡ଼ିଯାଏ। କଅଁଳ ପତ୍ରଗୁଡିକ ସଫା ଦେଖାଯାନ୍ତି। ଧଳା ଆତୁଣ୍ଡି ଗଛର ପତ୍ର ଗୋଲ ଓ କଳା ଆତୁଣ୍ଡିର ପତ୍ର ଅଣ୍ଡାକାର।
|
| 2068 |
ଅତୁଳ |
- Atuḻa (ସଂ.ବିଣ.) - ଅତୁଳନୀୟ; ଅନୁପମ Incomparable; matchless.
- ଅପରିମେୟ Immeasurable.
- ଅଦ୍ୱିତୀୟ Unequalled; unique.
- ଅତି ସୁନ୍ଦର Very beautiful; charming
- (ଦେ.ବିଣ.) - ଯାହା ଓଜନ କରାଯାଇ ନ ଥାଏ; ଯାହା ତୁଳା ଯାଇ ନାହିଁ Not weighted.
- (ସଂ.ବି.) - ତିଳ (ଗୁଳ୍ମ ଓ ବୀଜ) The sessamum (plant and seed)
|
| 2069 |
ଅତୁଲ |
- Atula (ଦେ.ବି.) - (ଅତୁଳ ବା ଅତୁଲ୍ୟ ଏହା ଅତି ସୁନ୍ଦର ଥିବାରୁ) ସ୍ତ୍ରୀମାନଙ୍କ ହାତଗଣ୍ଠିରେ ପିନ୍ଧିବା ଅଳଙ୍କାର ବିଶେଷ A kind of bracelet.
- ଅସମାନ Unequal.
- ଅସମତଳ (ତୁଲ -ବିପରୀତ) Not plain.
|
| 2070 |
ଅତୁଳନ |
Also : [ ଅତୁଳ ]
- Atuḻana (ସଂ.ବିଣ.) - ଅତୁଳନୀୟ; ଅନୁପମ Incomparable; matchless.
- ଅପରିମେୟ Immeasurable.
- ଅଦ୍ୱିତୀୟ Unequalled; unique.
- ଅତି ସୁନ୍ଦର Very beautiful; charming
- (ଦେ.ବିଣ.) - ଯାହା ଓଜନ କରାଯାଇ ନ ଥାଏ; ଯାହା ତୁଳା ଯାଇ ନାହିଁ Not weighted.
- (ସଂ.ବି.) - ତିଳ (ଗୁଳ୍ମ ଓ ବୀଜ) The sessamum (plant and seed)
|