| 2031 |
ଅତିରାତ୍ର |
- Atirātra (ସଂ.ବି.) - ଅଧରାତି; ନିଶାରାତି The dead of night.
- ଷଷ୍ଠ ମନୁ ଚାକ୍ଷୁଷଙ୍କ ପୁତ୍ର Name of the son of the sixth Manu Chākshusha.
- ଜ୍ୟୋତିଷ୍ଟୋମ ଯଜ୍ଞର ଅଙ୍ଗବିଶେଷ An optional part of a Jyotishṭoma sacrifice.
|
| 2032 |
ଅତିରି |
- Atiri (ଗ୍ରା.ବି.) - ଅସ୍ଥିରତା, ଉଦ୍ବେଗ Anxiety.
- ଉଦ୍ବିଗ୍ନ Anxious.
|
| 2033 |
ଅତିରିକ୍ତ |
- Atirikta (ସଂ.ବିଣ.) - ଅତ୍ୟାଧିକ ପରିମିତ; ସମାଧିକ Excessive; exuberant.
- ନିରୂପିତ ମାତ୍ରାରୁ ଅଧିକା Extra; additional; supetfluous.
- ବହକା; ନିରୂପିତ ସଂଖ୍ୟାରୁ ଅଧିକ Redundant; supernumerary.
- ନିର୍ଦ୍ଧାରିତ ସୀମାରୁ ବଳିଥିବା Exceeding the limits.
- ଅଦ୍ୱିତୀୟ Unepualed.
- ସମ୍ପୂର୍ଣ୍ଣରୂପେ ଖାଲି କରାଯାଇ ଥିବା Quite emptied.
- ବଳି ପଡ଼ିଥିବା Surplus; left apart.
- ଶୂନ୍ୟ Empty.
- (ଦେ.ବି.) - ସମ୍ବାଦପତ୍ରର ନିର୍ଦ୍ଧିଷ୍ଟ ସଂଖ୍ୟକ ପୃଷ୍ଠା ଛଡ଼ା କୌଣସି ବିଶେଷ ପ୍ରବନ୍ଧ ପାଇଁ କୌଣସି ସଂଖ୍ୟାରେ ଦିଆଯାଇ ଥିବା ଅଧିକା ଅଂଶ ବା ପୃଷ୍ଠା; କ୍ରୋଡ଼ପତ୍ର Supplement to a newspaper.
|
| 2034 |
ଅତିରେକ |
Also : [ ଅତିରିକ୍ତ, ଅତୀରେକ]
- Atireka (ସଂ.ବି.) - ବଳି ପଡ଼ିଥିବା ବସ୍ତୁ Surplus.
- ଅତ୍ୟାଧିକ୍ୟ Excess; exuberance.
- ପ୍ରାଚୁର୍ଯ୍ୟ Too much.
- ଯଥେଷ୍ଟ ଅପେକ୍ଷା ବେଶି ବା ବହକା ବସ୍ତୁ Superfluity; redundancy.
- ପ୍ରଭେଦ Difference.
- ବଳିଯିବା Surpassing.
- ଅଧିକପରିମାଣ High degree.
- (ଦେ.ବି.) - ଶେଷ ସୀମାରେ ଉପସ୍ଥିତ ଅବସ୍ଥା Arrival at a critical position; crisis.
- ବିପନ୍ନ ଅବସ୍ଥା Dangerous condition.
- ଶେଷ ଅବସ୍ଥା Extreme condition.
- ଦୁଃସହ ଅବସ୍ଥା Unbearable condition.
- (ଦେ.ବିଣ.) - ଦୁଃସହ; ଅସହ୍ୟ Unbearable.
- ଅତ୍ୟନ୍ତ; ଅତ୍ୟଧିକ Excessive.
- କଠୋର ବା ବିପନ୍ନ ଅବସ୍ଥାଯୁକ୍ତ Critical.
- (ଦେ.କ୍ରି.ବିଣ.) - ଅତ୍ୟନ୍ତ; ସମାଧିକ; ଅତିଶୟ Too much; very much.
- ଅତ୍ୟଧିକରୂପେ Excessively.
|
| 2035 |
ଅତିରେକେ |
- Atireke (ଦେ.କ୍ରି.ବିଣ.) - ଅତିଶୟ; ଅତ୍ୟଧିକରୂପେ Excessively.
|