| 1876 |
ଅତଣ୍ଡି |
Category : [ Plant ]
- Ataṇḍi (ଦେ.ବି.) - ଏକ ଜାତୀୟ ଲତା A wild creeper; Calycopteris Floribunda.
[ ଦ୍ର ] ଏହା ଦୁଇ ପ୍ରକାରର - କଳା ଓ ଧଳା। ପ୍ରଥମେ ମୂଳରୁ ଗଛ ପରି ଉଠେ; ପରେ ଗଣ୍ଡିର ଡାଳମାନ ଝଙ୍କା ମେଲି ଲତା ଆକାର ଧରେ। ଏହାର ପତ୍ରକୁ ବ୍ରଣ ଓ ଘାଆରେ ପକାନ୍ତି ଏବଂ ପତ୍ରକୁ ବାଟି ତଳିପାର ବାଲିଜନ୍ଦା ଘାଆରେ ବୋଳିଲେ ତାହା ଭଲ ହୁଏ। ଧଳା ଆତୁଣ୍ଡି ଗଛର ପତ୍ର ଗୋଲ ଓ କଳା ଆତୁଣ୍ଡିର ପତ୍ର ଅଣ୍ଡାକାର।
|
| 1877 |
ଅତଥ୍ୟ |
- Atathya (ସଂ.ବିଣ.) - ଅସତ୍ୟ Untrue.
- ଅବାସ୍ତବ Unreal.
- ଅନିଶ୍ଚିତ Uncertain.
|
| 1878 |
ଅତଦ୍ଗୁଣ |
- Atadguṇa (ସଂ.ବି.) - ଅର୍ଥାଳଙ୍କାରବିଶେଷ; ଯେଉଁ ଅଳଙ୍କାରରେ ଏକ ବସ୍ତୁ ବସ୍ତ୍ୱନ୍ତରର ଗୁଣ ଗ୍ରହଣ ନ କରି ନିଜର ଗୁଣକୁ ବଜାୟ ରଖି ଥାଏ A figure of speech in Rhetoric where the thing in question does not assume the quality of another though it might be expected to do so; a sort of metaphor.
- ଅଳଙ୍କାରବିଶେଷ - କୌଣସି ବସ୍ତୁର ଅସଲ ପ୍ରକୃତି ବର୍ଣ୍ଣନା ନ କରି ଯେଉଁ ଅଳଙ୍କାରରେ ବାଜେ ଗୁଣ ବର୍ଣ୍ଣନା କରାଯାଇଥାଏ The use of predicates not descriptive of the essential nature of the object.
|
| 1879 |
ଅତନ |
- Atana (ସଂ.ବି.) - ଗମନ Going; walking.
- ଭ୍ରମଣ Travelling.
|
| 1880 |
ଅତନୁ |
Category : [ Name ]
- Atanu (ସଂ.ବି.) - ଅନଙ୍ଗ; କାମ; ମଦନ Cupid.
- (ସଂ.ବିଣ.) - (ବହୁବ୍ରୀହି) ଶରୀରରହିତ Incorporeal.
- (ନଞ ତତ୍) ସ୍ଥୂଳ; ମୋଟା Thick; not fine.
- ବ୍ୟକ୍ତିର ନାମ A name given to male persons.
|