| 1831 |
ଅଣ୍ଡଳାଅଣ୍ଡଳି |
- Aṇḍaḻāaṇḍaḻi (ଦେ.ବି.) - ଅନ୍ଧାରରେ କୌଣସି ବସ୍ତୁକୁ ତନ୍ନତନ୍ନ କରି ବହୁକାଳ ହାତଦ୍ୱାରା ଅଣ୍ଡାଳିବା ବା ଦରାଣ୍ଡିବା; ଦରଣ୍ଡାଦରଣ୍ଡି Groping in the dark for a length of time to find some thing.
|
| 1832 |
ଅଣ୍ଡସଣ୍ଡ |
Category : [ offensive ]
- Aṇḍasaṇḍa (ଗ୍ରା.ବିଣ.) - ଭଣ୍ଡସଣ୍ଡ; ଧଣ୍ଡସଣ୍ଡ; ଅଶ୍ଳୀଳ (ଭାଷା) Obscene (language).
- (ଗ୍ରା.ବି.) - ଅଶ୍ଳୀଳ ଭାଷା Obscene language.
|
| 1833 |
ଅଣ୍ଡା |
- Aṇḍā (ଦେ.ବି.) - ଡିମ୍ବ; ପକ୍ଷୀ ଓ ସରୀସୃପ ଆଦିଙ୍କ ଗର୍ଭରୁ ନିର୍ଗତ ଶାବକାଧାର Egg.
- ମୁଷ୍କ; ଅଣ୍ଡକୋଷ; ପେଳ Testicle.
- କୁରୁଣ୍ଡ Scrotum.
- ଶୁକ୍ର; ବୀର୍ଯ୍ୟ Semen virile.
- ମୃଗନାଭିର ଖୋଳ Muskbag.
- ଅଣ୍ଡାକାର ବସ୍ତୁ An oval article.
- ଗୋଲାକାର ବସ୍ତୁ A round thing.
- ଶିବ; ମହାଦେବ The God Siba.
- (ଦେ.ବି.) - ପୁରୁଷର ଲିଙ୍ଗ The male organ.
- (ଗ୍ରା.ବି.) - 'ଣ୍ଡ' ଯୁକ୍ତାକ୍ଷର The diphthong 'ṇḍa'
- ପକ୍ଷିଶାବକ ବା ଛୁଆ The young of birds.
- ଶାବକ; ଛୁଆ; ଶିଶୁ Young ones; infants.
|
| 1834 |
ଅଣ୍ଡା ଉଷୁମେଇବା |
- Aṇḍā ushumeibā (ଦେ.ବି.) - ପକ୍ଷୀ ଆଦି ଅଣ୍ଡା ଜନ୍ମ କରିବା ପରେ ତହିଁରୁ ଛୁଆ ବାହାରିବା ପୂର୍ବରୁ ତା ଉପରେ ବସିବା ଦ୍ୱାରା ତାକୁ ଉଷୁମ କରିବା To sit on an egg to hatch it.
|
| 1835 |
ଅଣ୍ଡାକର୍ଷଣ |
- Aṇḍākarshana (ସଂ.ବି.) - ଖାସୁ କରିବା; ମୁଷ୍କ ଛେଦନ Castration.
|