| 1571 |
ଅଠାବୋଳିବା |
Also : [ ଅଠା ଲଗାଇବା ]
- Aṭhāboḻibā (ଦେ.କ୍ରି.) - କୌଣସି ବସ୍ତୁରେ ଅଠା ଲଗାଇବା To smear anything with gum.
- କୌଣସି ବ୍ୟକ୍ତିଠାରେ ଦୋଷ ବା କଳଙ୍କ ଆରୋପ କରିବା To lay the blame on a person. (ଯଥା - ଗାଁ ବାଲା ପଣସ ଖାଇ ଭଣ୍ଡାରି ମୁଣ୍ଡରେ ଅଠା ବୋଳିବା ନ୍ୟାୟ (ପ୍ରବଚନ।)
- ଅପବାଦ ଦେବା To defame or slander a person.
|
| 1572 |
ଅଠାଳିଆ |
Also : [ ଅଠାଳ ]
- Aṭhāḻiā (ଦେ.ବିଣ.) - ଚଟଚଟିଆ Gummy; viscid.
- ଯାହା ଅଠା ପରି ହାତ ଆଦିରେ ଲାଗିଯାଏ Sticking like gum.
|
| 1573 |
ଅଠାଶଠା |
Also : [ ଅଠାଶଟା ]
- Aṭhāṡaṭhā (ଦେ.ବିଣ.) - ଉପର ଠାଉରିଆ (କାମ); ଯତ୍ନ ପୂର୍ବକ କରା ନ ଯିବା (କାର୍ଯ୍ୟ) (work) Done without due care; done negligently.
|
| 1574 |
ଅଠାସିଆ |
Also : [ ଆଠମାସିଆ, ଆଠ ମାସିଆ ]
- Aṭhāsiā (ଦେ.ବିଣ.) - ଆଠମାସିଆ (ସନ୍ତାନ); ଯେଉଁ ପିଲା ଗର୍ଭଧାରଣର ୮ ମାସରେ ଜାତ ହୁଅନ୍ତି (ସାଧାରଣତଃ ଏପରି ପିଲା ଦୁର୍ବଳ ଓ ଅଳ୍ପାୟୁ ହୁଅନ୍ତି) (child) Born in the eighth month of pregnancy.
|
| 1575 |
ଅଠାସୁଆ |
- Aṭhāsuā (ଦେ.ବିଣ.) - ଉତ୍ତମରୂପେ ତଞ୍ଛା ବା ସୁଆଁସ ହୋଇ ନ ଥିବା (ପଥର ଖଣ୍ଡ) (a block of stone) Undressed.
|