| 1456 |
ଅଜ୍ଞତା |
- Ajn̄atā (ସଂ.ବି.) - ମୂର୍ଖପଣ Ignorance.
- ଅନାଡ଼ିପଣ Stupidity.
|
| 1457 |
ଅଜ୍ଞାନ |
- Ajn̄āna (ସଂ.ବି.) - ଜ୍ଞାନର ଅଭାବ Non-cognisance; want of knowledge
- ମୁର୍ଖତା; ଜ୍ଞାନଶୂନ୍ୟତା Ignorance.
- ନିର୍ବୋଧପଣ; ଅନାଡ଼ିପଣ Stupidity.
- ଅଚୈତନ୍ୟ Unconsciousness.
- ଅବିଦ୍ୟା; ମାୟା False knowledge; delusion; spiritual ignorance.
- (ସଂ.ବିଣ.) - ଜ୍ଞାନହୀନ Ignorant.
- ଯେ ଜ୍ଞାନୀ ନୁହେଁ Unwise.
- ଅଚେତନ Lifeless; inanimate. ୟ
- ଚୈତନ୍ୟଶୂନ୍ୟ; ବାହ୍ୟଜ୍ଞାନଶୂନ୍ୟ Senseless; unconscious.
- ମୂର୍ଖ Illiterate.
- ଯେଉଁ ଶିଶୁର ଜ୍ଞାନ ଜନ୍ମି ନାହିଁ (a child) Who has not attained discretion or intelligence.
- (ଦେ.ବିଣ.) - ହିତାହିତ ବିବେଚନାଶୂନ୍ୟ Incapable of distinguishing the good from the bad.
- ଅବୁଝା; ଅବିବେଚକ Inconsiderate.
- କର୍ତ୍ତବ୍ଯଜ୍ଞାନଶୂନ୍ୟ Devoid of the sense of duty.
- ଅଜ୍ଞାନା - (ସ୍ତ୍ରୀ)
- ଅଜ୍ଞାନତା - (ବି)
|
| 1458 |
ଅଜ୍ଞାନକୃତ |
Also : [ ଅଜ୍ଞାନବଶତଃ ]
- Ajn̄ānakṛuta (ସଂ.ବିଣ.) - ନ ଜାଣି କରି ଯାହା କରାଯାଇଥାଏ Done unawares; done unknowingly.
|
| 1459 |
ଅଜ୍ଞାନ ଚାପୁଡ଼ା |
- Ajn̄āna chāpuṟḍ̠ā (ଦେ.ବି.) - (ଯେଉଁ ଚାପୁଡ଼ା ଦ୍ୱାରା ମନୁଷ୍ୟର ଜ୍ଞାନ ହଜିଯାଏ) ଖୁବ ଜୋରରେ ମରାଯିବା ଚାପୁଡ଼ା A severe slap.
- (ବ୍ୟଙ୍ଗ) ଗୁରୁ ଶିଷ୍ୟକୁ ମନ୍ତ୍ର ଦେଲା ବେଳେ ମନ୍ତ୍ରସାଧନ ପ୍ରତି ଶିଷ୍ୟର ମନୋଯୋଗ ଆକର୍ଷଣ କରିବା ପାଇଁ ଗୁରୁଙ୍କ ପ୍ରଦତ୍ତ ଚପେଟାଘାତ (Jocular) A slap given by the preceptor to the disciple at the initiation.
- [ ଉ ] ଯେ ଗୁରୁଙ୍କଠାରୁ ଅଜ୍ଞାନଚାପୁଡ଼ା ପାଇ ନାହିଁ, ସେ ଏ ମନ୍ତ୍ର ସାଧନ କରିପାରି ନାହିଁ।
|
| 1460 |
ଅଜ୍ଞାନଠେଙ୍ଗା |
- Ajn̄ānatheṅgā (ଦେ.ବି.) - (ଯେଉଁ ଠେଙ୍ଗାର ମାଡ଼ରେ ମନୁଷ୍ୟ ଅଜ୍ଞାନ ହୋଇଯାଏ) (ବ୍ୟଙ୍ଗ) ପ୍ରହାର ନିମନ୍ତେ ବ୍ୟବହୃତ ଠେଙ୍ଗା (Jocular) A stout stick or cudgel.
|