| 1451 |
ଅଜ୍ଞାତବ୍ |
- Ajn̄ātab (ଦେ.ବିଣ.) - ଅଜ୍ଞାତ Unknown.
|
| 1452 |
ଅଜ୍ଞାତ ବନବାସ |
- Ajn̄āta banabāsa (ସଂ.ବି.) - ଅନିର୍ଦ୍ଦିଷ୍ଟ ବନବାସ; ଯେଉଁ ବନବାସୀ ବ୍ୟକ୍ତିର ରହିବା ସ୍ଥାନର ଠିକଣା ଅନ୍ୟ ଲୋକେ ଜାଣନ୍ତି ନାହିଁ Residence in the forest about the particulars of which the public remain ignorant.
[ ଦ୍ର ] (ପୁରାଣ) ପାଣ୍ଡବ ଭ୍ରାତାମାନେ ବାର ବର୍ଷ ବନବାସ କରିବେ ଓ ତହିଁ ପରେ ଏକବର୍ଷ କାଳ ସେମାନେ କେଉଁଠାରେ ରହିବେ, ତାହା କେହି ଜାଣିବେ ନାହିଁ ବୋଲି ଦୁର୍ଯ୍ୟୋଧନ ସର୍ତ୍ତ କରିଥିଲେ।
|
| 1453 |
ଅଜ୍ଞାତବାସ |
- Ajn̄ātabāsa (ସଂ.ବି.) - ଲୁଚି କରି ରହିବା; କାହାରି ଜାଣି ନ ପାରିବା ସ୍ଥାନରେ ନିବାସ Residence in an unknown place.
- (ସଂ.ବିଣ.) - ଯେଉଁ ଲୋକର ରହିବା ସ୍ଥାନର ଠିକଣା ଅନ୍ୟ କେହି ଜାଣନ୍ତି ନାହିଁ Whose dwelling or address in unknown.
|
| 1454 |
ଅଜ୍ଞାତଯୌବନା |
- Ajn̄ātaja̲u̲banā (ସଂ.ବିଣ.) - ଯେଉଁ ନାୟିକା ନିଜର ଯୌବନ ଉପସ୍ଥିତ ହେବା କଥା ଜାଣି ନ ଥାଏ (ମୁଗ୍ଧା ନାୟିକାଙ୍କର ଦୁଇ ଶ୍ରେଣୀ ମଧ୍ୟରୁ ଏକ) (a girl) Who does not know that she has attained youth.
|
| 1455 |
ଅଜ୍ଞାତସାର |
- Ajn̄ātasāra (ସଂ.ବିଣ.) - ଅଗୋଚର Unknown; without the knowledge of.
|