| 1431 |
ଅଜିହ୍ମ |
- Ajihma (ସଂ.ବିଣ.) - ଅବକ୍ର; ସରଳ; ସିଧା Straight; not curved.
|
| 1432 |
ଅଜିହ୍ମଗ |
- Ajihmaga (ସଂ.ବିଣ.) - ସରଳଗାମୀ; ଯେ ସିଧାରେ ଯାଏ Straight-coursed; moving in a straight line.
- (ସଂ.ବି.) - ଶର; ବାଣ Arrow.
|
| 1433 |
ଅଜୀଗର୍ତ୍ତ |
Category : [ Name ]
- Ajīgartta (ସଂ.ବି.) - ଋଷିବିଶେଷ; ଶୁନଃଶେଫ ଋଷିଙ୍କ ପିତା Name of a Sage.
[ ଦ୍ର ] ରାଜା ହରିଶ୍ଚନ୍ଦ୍ର 100ଟି ଗାଈ ଦେଇ ଏ ବାଳକ ଥିଲା ବେଳେ ଏହାଙ୍କୁ କିଣି ନିଜ ପୁତ୍ର ରୋହିତାଶ୍ୱ ବଦଳରେ ଏହାକୁ ବରୁଣଙ୍କଠାରେ ବଳି ଦେବାକୁ ବସିଥିଲେ; କିନ୍ତୁ ଏ ସ୍ତୁତିଦ୍ୱାରା ବରୁଣଙ୍କୁ ସନ୍ତୁଷ୍ଟ କରିବାରୁ ବରୁଣ ଏହାଙ୍କୁ ରକ୍ଷା କରିଥିଲେ।
|
| 1434 |
ଅଜୀବ |
- Ajība (ସଂ.ବିଣ.) - ଜୀବହୀନ; ମୃତ Dead.
- ଅଚେତନ; ନିର୍ଜୀବ Lifeless; inanimate.
- ଅବସନ୍ନ Withered.
- (ସଂ.ବି.) - ଶବ; ମଡ଼ା Dead body.
- (ଦେ.ବି.) - ନିର୍ଜୀବ ବସ୍ତୁ Inanimate object.
- ଅପର୍ତ୍ତିଆଣିଙ୍କ ନାମ A name given to a child whose elder died before his birth.
|
| 1435 |
ଅଜୀବା |
- Ajībā (ଦେ.ବିଣ.) - ନିର୍ଜୀବ Lifeless.
- ମୃତପ୍ରାୟ Withered; decadent.
- ଅତି ଦୁର୍ବଳ ଓ ଶୀର୍ଣ୍ଣ Weakling; very weak and emaciated.
|