| 1436 |
ଅଜୀର୍ଣ୍ଣ |
Also : [ ଅଜିନ୍ନ ]
- Ajīrṇṇa (ସଂ.ବିଣ.) - ଜୀର୍ଣ୍ଣ ବା ପରିପାକ ହୋଇ ନ ଥିବା (ଭୁକ୍ତ ଦ୍ରବ୍ୟ) Undigested (food).
- ଯାହା ପୁରୁଣା ନୁହେଁ Not old.
- ଯାହା ପୁରୁଣା ହେବାରୁ ଛିଣ୍ଡି ଯାଇନାହିଁ Not worn-out.
- ଯାହା କ୍ଷଯପ୍ରାପ୍ତ ହୋଇ ନାହିଁ Undecayed.
- ନୂତନ; ନୂଆ; ତଟକା New; fresh.
- (ସଂ.ବି.) - ଭୁକ୍ତଦ୍ରବ୍ୟର ଅପରିପାକ; ବଦହଜମୀ Indigestion; acidity.
- ଖାଦ୍ୟଦ୍ରବ୍ୟ ଜୀର୍ଣ୍ଣ ନ ହେବା ଜନିତ ରୋଗ Dyspepsia.
[ ଦ୍ର ] ଆୟୁର୍ବେଦରେ ଅଜୀର୍ଣ୍ଣ ରୋଗ ଛଅ ପ୍ରକାର; ଯଥା -
- ଆମାଜୀର୍ଣ୍ଣ - ଯହିଁରେ ଭୁକ୍ତ ଦ୍ରବ୍ୟ କଞ୍ଚା ଥାଇ ଝାଡ଼ା ବା ବାନ୍ତିରେ ବାହାରେ।
- ବିଦଗ୍ଧାଜୀର୍ଣ୍ଣ - ଯହିଁରେ ଭୁକ୍ତ ଦ୍ରବ୍ୟ ପେଟରେ ଜଳିଯାଏ।
- ବିଷ୍ଟବ୍ଧାଜୀର୍ଣ୍ଣ - ଯହିଁରେ ଭୁକ୍ତ ଦ୍ରବ୍ୟ ଟାଣୁଆ ଓ ଗୋଟାଳିଆ ବାନ୍ଧି କୋଷ୍ଠବଦ୍ଧ ହୁଏ।
- ରସଶେଷାଜୀର୍ଣ୍ଣ - ଯହିଁରେ ଭୁକ୍ତ ଦ୍ରବ୍ୟ ପାଣି ପରି ତରଳ ହୋଇଥାଏ।
- ଦିନପାକୀ ଅଜୀର୍ଣ୍ଣ - ଯହିଁରେ ଭୁକ୍ତ ଦ୍ରବ୍ୟ ପେଟରେ ସେହିପରି ରହେ ଓ କ୍ଷୁଧା ହୁଏ ନାହିଁ।
- ପ୍ରକୃତ୍ୟାଜୀର୍ଣ୍ଣ ବା ସାମାନ୍ୟାଜୀର୍ଣ୍ଣ - ଯେତିକି ପରିମାଣରେ ଖାଦ୍ୟ ମନୁଷ୍ୟ ଜୀର୍ଣ୍ଣ କରିପାରେ, ତହିଁରୁ ବେଶି ଖାଇବା ଯୋଗୁଁ ଜନ୍ମିବା ଅଜୀର୍ଣ୍ଣ।
|
| 1437 |
ଅଜୀର୍ଣ୍ଣହାକୁଟି |
- Ajīrṇṇahākuṭi (ଦେ.ବି.) - ଖଇହାକୁଟି; ଅଜୀର୍ଣ୍ଣ ଯୋଗୁଁ ମୁହଁ ବାଟେ ଉଠିବା ହାକୁଟି; ଆମ୍ବିଳି ହାକୁଟି Acid belching due to indigestion.
|
| 1438 |
ଅଜୁଟ |
- Ajuṭa (ଦେ.ବିଣ.) - (ଯାହା ଯୋଡ଼ା ଯାଇ ନାହିଁ) ପୂର୍ଣ୍ଣ; ଅଖଣ୍ଡିତ Entire; whole.
|
| 1439 |
ଅଜୁରା |
- Ajurā (ବୈଦେ.ବି.) - ସବାରି ଓ ଭାର ଆଦି ବୋହିବା ପାଇଁ ଗଉଡ଼ମାନଙ୍କୁ ଦିଆଯିବା ମୂଲ Wages paid to bearers of a palky or load.
|
| 1440 |
ଅଜେୟ |
- Ajeya (ସଂ.ବିଣ.) - ଯାହାକୁ ଜୟ କରାଯାଇ ନ ପାରେ Unconquerable; invincible.
|