| 1386 |
ଅଜାଡ଼ିବା |
- Ajāṟḍ̠ibā (ଦେ.କ୍ରି.) - କୌଣସି ବସ୍ତୁକୁ ବହୁପରିମାଣରେ ଢାଳିବା To pour out profusely.
- (ତରଳ ପଦାର୍ଥକୁ) ଇଡ଼ିବା To spill. ନିମ୍ବଜଳଦ୍ରବେ ଦେଇ ମନ,
- ଜୋରରେ ତଳକୁ ଫୋପାଡ଼ି ଦେବା To throw down with force.
[ ଦ୍ର ] ଅଜାଡ଼ିବା କ୍ରିୟାର ଅସମାପିକାରୂପ ସଙ୍ଗେ ଦେବା, ପକାଇବା କ୍ରିୟା ଲାଗି ବିଶେଷ ପରିମାଣରେ ଅର୍ଥ ବୁଝାଏ। ଯଥା - ଅଜାଡ଼ି ଦେବା; ଅଜାଡ଼ି ପକାଇବା।
|
| 1387 |
ଅଜାଡ଼ି ପଡ଼ିବା |
- Ajāṟḍ̠i paṟḍ̠ibā (ଦେ.କ୍ରି.) - ମାଡ଼ି ପଡ଼ିବା To be poured in; to fall. ପ
- କଚାଡ଼ି ହୋଇ ପଡ଼ିବା To fall down on the ground with a thump.
|
| 1388 |
ଅଜାଡ଼ି ହେବା |
- Ajāṟḍ̠i hebā (ଦେ.କ୍ରି.) - ବହୁପରିମାଣରେ ଢାଳିହେବା To be poured profusely.
[ ଉ. ] କାଲି ରାତିରୁ ମୁଷଳଧାରାରେ ବରଷା ଅଜାଡ଼ି ହେଉଛି।
|
| 1389 |
ଅଜାଣ |
- Ajāṇa (ଦେ.ବି.) - ମୂର୍ଖ Illiterate; dunce.
- ଅଜ୍ଞ Ignorant.
- ଅନଭିଜ୍ଞ Inexperienced.
- ନିର୍ବୋଧ Foolish.
- ଅଜ୍ଞାତ Unknown.
- (ଦେ.ବି.) - (ନାମ) ଗୋରେଖ ସିଦ୍ଧପୁରୁଷଙ୍କର ଜନୈକ ଶିଷ୍ୟ Name of a disciple of Gorekha.
|
| 1390 |
ଅଜାଣତ |
Also : [ ଅଜାଣନ୍ତା, ଅଜାଣୁତ ]
- Ajāṇata (ଦେ.ବିଣ.) - ଯେ ଜାଣି ନ ଥାଏ Unknowing.
- ଅଜ୍ଞ Ignorant.
- ଅଜଣା; ଅଜ୍ଞାତ Unknown.
- ଅଚିହ୍ନା; ଅପରିଚିତ Strange; unacquainted.
- (ଦେ.କ୍ରି.ବିଣ.) - ଅଚିହ୍ନାରୂପେIncognito.
- ନ ଜାଣିକରି Unknowingly; unconsciously.
|