Language Section

 

 

 

 

 

 

Dictionary : View_page

ID Main Word Content
1376 ଅଜାଗଳସ୍ତନ
  1. Ajāgaḻastana (ସଂ.ବି.)  -  ଛେଳି ବେକତଳ ଦୁଇ ପାଖରେ ସ୍ତନ (ଚିର) ପରି ଓହୋଳି ପଡ଼ିଥିବା ମାଂସପିଣ୍ଡ Teat-like hanging bits of flesh on both sides below the neck of a goat.
  2. (ଲକ୍ଷଣାର୍ଥ; ନ୍ୟାୟ) ଛେଳି ବେକତଳେ ଓହୋଳିଥିବା ସ୍ତନାକାର ମାଂସପିଣ୍ଡ ପରି ଦେଖାସୁନ୍ଦର ଅଥଚ ବେଦରକାରୀ ବସ୍ତୁ An useless appendage.
1377 ଅଜାଗୁରୁ
  1. Ajāguru (ଦେ.ବି.) - ଆପଣାର ଗୁରୁଙ୍କର ଗୁରୁ The preceptor of one's preceptor.
1378 ଅଜାଗେ
  1. Ajāge (ଦେ.କ୍ରି.ବିଣ.) - ଅଜ୍ଞାତରେ; ଅଜାଣତରେ Unknowingly; unwillingly.
  2. ଅସାବଧାନ ଅବସ୍ଥାରେ During a state of unwatchfulness.
1379 ଅଜାଘ୍ରାତ
  1. Ajāghrāta (ସଂ.ବି.)  -  ପ୍ରାୟଶ୍ଚିତ୍ତ ବିଶେଷ A kind of purificatory expiation.

 [ ଦ୍ର ] ରଜସ୍ୱଳା ସ୍ତ୍ରୀ ଚଣ୍ଡାଳ ବା ସ୍ୱପାକକୁ ଛୁଇଁଲେ ଏହି ପ୍ରାୟଶ୍ଚିତ୍ତ କରି ଶୁଦ୍ଧି ଲାଭ କରେ। ଉକ୍ତ ସ୍ତ୍ରୀର ଦେହକୁ ଗୋଟିଏ ଛେଳି ଦ୍ୱାରା ଶୁଙ୍ଘାଇବା ଏ ପ୍ରାୟଶ୍ଚିତ୍ତର ଗୋଟିଏ ଅଙ୍ଗ ଅଟେ।

1380 ଅଜାଜି
  1. Ajāji (ସଂ.ବି.) -  କଳାଜୀରା  Black cumin seed.
Page 276 of 687



expoodisha.com

 

Other Dictionary