Language Section

 

 

 

 

 

 

Dictionary : View_page

ID Main Word Content
1341 ଅଜପା ମନ୍ତ୍ର

Also : [ ଅଜପା ]

  1. Ajapā mantra (ସଂ.ବି.) - ବିନା ଜପରେ ଈଶ୍ୱରଭଜନ; ସ୍ୱାଭାବିକ ଶ୍ୱାସପ୍ରଶ୍ୱାସ ବହିର୍ଗମନ ଓ ପ୍ରବେଶନଦ୍ୱାରା 'ହଂସଃ' ଇତ୍ୟାକାର ମନ୍ତ୍ର ଜପ। (ଏହି 'ହଂସଃ'ର ଅର୍ଥ ପରମାତ୍ମା ବା ଈଶ୍ୱର; ବିନା ଜପରେ ମନୁଷ୍ୟ ଶ୍ୱାସପ୍ରଶ୍ୱାସଦ୍ୱାରା ଈଶ୍ୱରଙ୍କ ଜପ କରୁଥିବାରୁ ଏହାର ନାମଅଜପା) Prayer done without the counting of beads. The natural utterance of the sound Hamsah at the time of exhalation and inhalation.
1342 ଅଜବ୍‌
  1. Ajab  (ବୈଦେ.ବିଣ.) -  ଅଦ୍ଭୂତ; ବିଚିତ୍ର; ଆଶ୍ଚର୍ଯ୍ୟଜନକ Wonderful. (ଯଥା - ଅଜବ ତମାସା, ଅଜବ ଘଟଣା)
1343 ଅଜବଜ

Also : [ ଅଗଡ଼ ବଗଡ଼, ଅଜବଜିଆ ] 

  1. Ajabaja (ବିଣ.)[ପ୍ରାଦେ. ଗଡ଼ଜାତ]  ଗୋଳମାଳିଆ Complicated.
  2. ବେଠିକଣା; ଅଠିକଣା; କ୍ରମବିହୀନ Unsystematic; unmethodical.
  3. ଅସମ୍ବନ୍ଧ Not connected; disjointed. 
  4. ବ୍ୟର୍ଥ Useless.
  5. ଅନର୍ଥକ Meaningless. 
  6. ଅଲରା; ଗୋଳମାଳିଆ; ଅସ୍ତବ୍ୟସ୍ତ; ଇତସ୍ତତ, ବିକ୍ଷିପ୍ତ Confused. 
  7. ଅଗମୂଳ ନଥିବା Without head or tail.
  8. (ଦେ.ବି.) - ଏଣୁ ତେଣୁ; ଯାଚ୍ଛାତା Medley; jumble. 
  9. ଅସମ୍ବନ୍ଧ ପ୍ରଳାପ Confused jargon; ravings.
  10. ଅଳ୍ପ ମୂଲ୍ୟର ବହୁତ ପଦାର୍ଥ Odds and ends; trash.
  11. (ଦେ.କ୍ରି.) - ଅଠିକଣାରୂପେ Unsystematically. 
  12. ଗୋଳମାଳିଆରୂପେ  In a confused manner. 
  13. ଅସମ୍ବନ୍ଧରୂପେ  In a disjointed manner.
1344 ଅଜବୁଦ୍ଧି
  1. Ajabuddhi (ସଂ.ବିଣ.) -  ଛାଗ ପରି ଅଳ୍ପ ବୁଦ୍ଧିବିଶିଷ୍ଟ Foolish (like a sheep).
1345 ଅଜବୋକା
  1. Ajabokā  (ବୈଦେ.ବିଣ.) ଅତି ଓଲୁ Very stupid.
  2. ମୂର୍ଖ Dunce.
Page 269 of 687



expoodisha.com

 

Other Dictionary