Language Section

 

 

 

 

 

 

Dictionary : View_page

ID Main Word Content
1336 ଅଜପତି
  1. Ajapati  (ସଂ.ବି.) -  ଛାଗଶ୍ରେଷ୍ଠ; ଉତ୍କୃଷ୍ଟ ଛେଳି An excellent goat.
  2. ମେଷବାହନ; ଅଗ୍ନି The god of fire.
  3. (ଜ୍ୟୋତିଷ) ମେଷରାଶିର ଅଧିପତି ମଙ୍ଗଳ ଗ୍ରହ  The planet Mars.
1337 ଅଜପଦ
  1. Ajapada (ସଂ.ବି.) -  ଛେଳିର ଗୋଡ଼ Leg of a goat; the leg of mutton.
  2. ରୁଦ୍ରବିଶେଷ Name of one of the Rudra Deities.
1338 ଅଜପା
  1. Ajapā (ସଂ.ବିଣ.) ବିନା ଜପରେ ଈଶ୍ୱରଭଜନ; ସ୍ୱାଭାବିକ ଶ୍ୱାସପ୍ରଶ୍ୱାସ ବହିର୍ଗମନ ଓ ପ୍ରବେଶନଦ୍ୱାରା 'ହଂସଃ' ଇତ୍ୟାକାର ମନ୍ତ୍ର ଜପ। (ଏହି 'ହଂସଃ'ର ଅର୍ଥ ପରମାତ୍ମା ବା ଈଶ୍ୱର; ବିନା ଜପରେ ମନୁଷ୍ୟ ଶ୍ୱାସପ୍ରଶ୍ୱାସଦ୍ୱାରା ଈଶ୍ୱରଙ୍କ ଜପ କରୁଥିବାରୁ ଏହାର ନାମଅଜପା) Prayer done without the counting of beads. The natural utterance of the sound Hamsah at the time of exhalation and inhalation.
  2. (ସଂ.ବି.) -  (ଯାହାଙ୍କୁ କେହି ଜପ କରି ପାରନ୍ତି ନାହିଁ) ପରଂବ୍ରହ୍ମ— The Supreme Soul.
  3. ତନ୍ତ୍ରୋକ୍ତ ଦେବୀବିଶେଷ Name of a Tāntric goddess.

    [ ଦ୍ର ] ମନୁଷ୍ୟ ନାକପୁଡ଼ାବାଟେ ଶ୍ୱାସ ଛାଡ଼ିଲାବେଳେ 'ସଃ' ଓ ଶ୍ୱାସ ପେଟ ଭିତରକୁ ନେଲାବେଳେ 'ହଂ' ଏହି ଦୁଇଟି ଧ୍ୱନି ଯଥାକ୍ରମେ ହୃଦୟରୁ ବାହାରେ। ଏହି 'ହଂସଃ' ଓଲଟାଇଲେ 'ସୋହଂ'ର ଅର୍ଥ ପରମାତ୍ମା ବା ଈଶ୍ୱର ବା ବ୍ରହ୍ମ। ମନୁଷ୍ୟ ମୁହଁରେ ବା ଜପଦ୍ୱାରା ପରମାତ୍ମାଙ୍କୁ ସ୍ମରଣ ନ କଲେ ମଧ୍ୟ ପ୍ରତ୍ୟେକ ଶ୍ୱାସ- ପ୍ରଶ୍ୱାସଦ୍ୱାରା ଈଶ୍ୱରଙ୍କ ନାମ ଜପ କରୁଅଛି। ଏହାକୁ 'ଅଜପା' 'ଅଜପା ମନ୍ତ୍ର' ବା 'ଅଜପା ଗାୟତ୍ରୀ' କହନ୍ତି। ଯେଉଁ ବ୍ୟକ୍ତି ବାୟୁ ସାଧନଦ୍ୱାରା ଏହି ଅଜପା ଜପକୁ ଲକ୍ଷ୍ୟ କରେ, ସେ ସିଦ୍ଧି ଲାଭ କରେ। ଉତ୍କଳର ଅଚ୍ୟୁତାନନ୍ଦ ଦାସ ଆଦି ସାଧକମାନେ ଏହି 'ଅଜପା ସାଧନ' ଓ ତାନ୍ତ୍ରିକ 'ଷଟ୍ଚକ୍ରସାଧନ'କୁ 'ଶରୀରଭେଦ' ଭଜନ ନାମ ଦେଇଅଛନ୍ତି। ତନ୍ତ୍ରୋକ୍ତ ବାୟୁ ସାଧନହିଁ ଅଜପା ଜପ।
     
1339 ଅଜପା ଜପିବା
  1. Ajapā japibā (ଦେ.କ୍ରି.)ଶ୍ୱାସପ୍ରଶ୍ୱାସଦ୍ୱାରା ଉଚ୍ଚାରିତ ଅଜପା ବା 'ହଂସଃ' ଧ୍ୱନିକୁ ଲକ୍ଷ୍ୟ କରି ପରଂବ୍ରହ୍ମଙ୍କଠାରେ ଲୟ ରଖିବା To mark the natural sound Hamsaḥa emitted during exhalation and inhalation.
  2. ପ୍ରାଣାୟାମ ଦ୍ୱାରା ବାୟୁସାଧନ କରିବା; ଯୋଗମାର୍ଗରେ ପରମାତ୍ମାଙ୍କୁ ଭଜନ କରିବା To contemplate the Supreme Being by breathing exercise.

     [ ଶରୀର ତତ୍ତ୍ବ ] ଅବନା ବନିଲେ, ଅମପା ମାପିଲେ ଅଜପାରେ ଜପ ହେବ ବହନ, ବାଇମନ ହୋ ତୁ ତ ଅବନା ବନ। ଶରୀରଭେଦ ଭଜନ।
1340 ଅଜପାଦ
  1. Ajapāda  (ସଂ.ବି.)  - [ଅଜର ପାଦ ପରି ପାଦ ଯାହାର] (ଜ୍ୟୋତିଷ) ପୂର୍ବଭାଦ୍ରପଦ ନକ୍ଷତ୍ର The 25th lunar mansion.
Page 268 of 687



expoodisha.com

 

Other Dictionary