| 1176 |
ଅଚ୍ |
- Ach (ସଂ.) - ଗତି କରିବା To move.
- ମାନ୍ୟ କରିବା To honour.
- ଗୋଲ କରିବା To make round.
- ବଙ୍କାଇବା To make curved.
- ଅନୁରୋଧ କରିବା To request.
- (ସଂ.ବି.) - ସ୍ୱରବର୍ଣ୍ଣମାନ A technical term in sanskrit grammar for the vowels.
|
| 1177 |
ଅଚ୍କନ୍ |
- Achkan (ଦେ.ବି.) - ସାମନାରେ ଛାତି ଉପରେ ମଝିରେ ବୋତାମ ଲାଗିଥିବା ଚପକନ ବା ଲମ୍ବ କୁରୁତା A kind of long coat with a set of buttons in the middle.
|
| 1178 |
ଅଚ୍କିବା |
- Achkibā (ଦେ.କ୍ରି.) - ଦୋହୋଲିବା; ଝୁଲିବା To swing; to wave.
|
| 1179 |
ଅଚକାର |
- Achakāra (ଦେ.ବି.) - ବହିନା; କିଣାଯିବା ପଦାର୍ଥର ଆଗତୁରା ଦିଆଯିବା ମୂଲ୍ୟାଂଶ Earnest money; advance of a part of the consideration.
- କୌଣସି କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତି; ଅଙ୍ଗୀକାର A promise.
|
| 1180 |
ଅଚକିତ |
- Achakita (ସଂ.ବିଣ.) - ଯେ ଚମକି ପଡ଼େ; ନାହିଁ Undaunted; not alarmed; not startled
- ସ୍ଥିର Steady; fixed 3
- ଅବିଚଳିତ Unmoved.
|