| 101 |
ଅଂଶୁକ |
- Aṁṡuka (ସଂ. ବିଣ.) - ଦୀପ୍ତିମାନ୍ Bright
- କିରଣ Rays.
- ଦୀପ୍ତି; ତେଜ Lustre; radiance.
- ବସ୍ତ୍ର; ଲୁଗା Cloth.
- ସୂକ୍ଷ୍ମ ବସ୍ତ୍ର; ସରୁ ଲୁଗା Fine cloth.
- ଉତ୍ତରୀୟ; ଚାଦର Sheet; scarf worn on the shoulders.
- ଶୁକ୍ଳ ବସ୍ତ୍ର White cloth.
- ତେଜପତ୍ର Cassia leaf.
|
| 102 |
ଅଂଶୁକାୟ |
- Aṁṡukāya (ଅଂଶୁକାୟା—ସ୍ତ୍ରୀ) (ସଂ. ବିଣ.) - ଯେଉଁ ଜୀବମାନଙ୍କ ଦେହରୁ ଦୀପ୍ତି ବା ତେଜ ବାହାରେ Efflorescent; phosphorescent (animals) emitting rays.
- ଦେହରୁ ଆଲୋକ ବିକୀର୍ଣ୍ଣ ହେଉଥିବା ଜୀବ। (ଯଥା -ଜୁଳୁଜୁଳିଆ ପୋକ, ପ୍ରବାଳ କୀଟ, ସାମୁଦ୍ରିକ ତାରା ମତ୍ସ୍ୟ।) Luminous-bodied animals (e.g. firefly, coral insect, starfish).
|
| 103 |
ଅଂଶୁଜାଳ |
- Aṁṡujāḻa ସଂ. ବି. (ଷଷ୍ଠୀ ତତ୍) - କିରଣସମୂହ Rays
|
| 104 |
ଅଂଶୁଧର |
- Aṁṡudhara (ଅଂଶୁଧରା—ସ୍ତ୍ରୀ) ସଂ. ବି. - ସୂର୍ଯ୍ୟ The sun.
- (ନାମ) ସୂର୍ଯ୍ୟବଂଶୀୟ ଅସମଞ୍ଜ ରାଜା Name of a king of the Solar dynasty.
- ଯେ କିରଣକୁ ଧାରଣ କରେ ବା ବହନ କରେ carrying rays; bearing rays.
|
| 105 |
ଅଂଶୁପଟ୍ଟ |
- Aṁṡupatṭa (ସଂ.ବି.) - (ମଧ୍ୟପଦଲୋପୀ କର୍ମଧାରୟ; ଅଂଶୁନିର୍ମ୍ମିତ ପଟ୍ଟ) - ପାଟ ଲୁଗା; ରେଶମୀ ଲୁଗା Silken cloth.
|