| 106 |
ଅଂଶୁପତି |
- Aṁṡupati (ସଂ. ବି.) - ସୂର୍ଯ୍ୟ The sun.
|
| 107 |
ଅଂଶୁପା |
- Aṁṡupā (ଦେ.ବି.) - ଯାହା କିରଣମାନଙ୍କୁ ରକ୍ଷା ବା ପ୍ରତିବିମ୍ବିତ କରେ।) ଆଇଁଶିପା ହ୍ରଦ Name of a small inland lake in Banki, Cuttack District. ସ୍ୱରୂପା ଅଂଶୁପା ଲୋକେ ଅଗୋଚର, ପୂଜାସ୍ପଦ ହେଲା ଗୋଷ୍ପଦ ପୁଷ୍କର।
[ ଦ୍ର ] କଟକ ଜିଲ୍ଲାର ବାଙ୍କି ରାଜ୍ୟ ଅନ୍ତର୍ଗତ; ଏହା ଗୋଟିଏ ପ୍ରାକୃତିକ ସୁରମ୍ୟ ହ୍ରଦ। ଏହା କଟକଠାରୁ ପଶ୍ଚିମରେ 16 ମାଇଲ୍ ଓ ବାଙ୍କି ସହରଠାରୁ 6 ମାଇଲ୍ ଦୂରରେ ମହାନଦୀର ଦକ୍ଷିଣ କୂଳରେ ଅବସ୍ଥିତ। ଏହାର ଦୈର୍ଘ୍ୟ ଅଢ଼େଇ ମାଇଲ୍ ଓ ପ୍ରସ୍ଥ ଏକ ମାଇଲ୍। ଏହାର ଗଭୀରତା 2 ଫୁଟ୍ଠାରୁ 5 ଫୁଟ୍। ଏଥି ମଧ୍ୟରେ ଦୁଇ ତିନୋଟି ଗଣ୍ଡ ଅଛି। ଏ ହ୍ରଦର ଦକ୍ଷିଣ ପଶ୍ଚିମକୂଳରେ ସରଣ୍ଡା ପର୍ବତ ଓ ପୂର୍ବକୂଳରେ ସୁବର୍ଣ୍ଣପୁର ଗ୍ରାମ। ଶୀତକାଳରେ ଅନେକ ଜଳଚର ପକ୍ଷୀ ଏଠାକୁ ଚରିବାକୁ ଆସନ୍ତି ଓ ଗ୍ରୀଷ୍ମକାଳରେ ଏଥିରୁ ଅନେକ ମାଛ ମରାଯାଏ।]
|
| 108 |
ଅଂଶୁବାଣ |
- Aṁṡubāṇa (ସଂ.ବି.) - ସୂର୍ଯ୍ୟ The sun.
|
| 109 |
ଅଂଶୁମତ୍ଫଳା |
Category : [ Plant ]
- Aṁṡumatphaḻā (ସଂ. ବି.) - ଦୀପ୍ତିଶାଳୀ; (ଅଂଶୁମତ୍ ଅଟେ ଫଳ ଯାହାର) ଅଂଶୁମତ୍ଫଳା + ସ୍ତ୍ରୀ. ଆ।) କଦଳୀଗଛ The plantain tree.
|
| 110 |
ଅଂଶୁମତୀ |
- Aṁṡumatī (ସଂ. ବିଣ.) (ଅଂଶୁମତ୍+ସ୍ତ୍ରୀ. ଈ) ଅଂଶୁମାନ୍ର ସ୍ତ୍ରୀଲିଙ୍ଗ Feminine of Aṁṡumān.
- ଯମୁନା ନଦୀ A name of the river Jamunā (Apte).
|