| 801 |
ଅଗ୍ନିସନ୍ଦୀପକ |
Also : [ ଅଗ୍ନିଦୀପକ ]
- Agnisandīpaka (ସଂ.ବିଣ.) - ଅଗ୍ନିବର୍ଦ୍ଧକ; କ୍ଷୁଧାବୃଦ୍ଧି କାରକ Whetting the appetite; increasing digestion; digestive.
- ବିସ୍ଫୋରକ; ଯେଉଁ ବସ୍ତୁରୁ ସ୍ୱତଃ ନିଆଁ ଜଳି ଉଠେ (ଯଥା ଫସ୍ଫରସ୍) Self igniting; phosphorescent.
|
| 802 |
ଅଗ୍ନିସନ୍ଦୀପନ |
Also : [ ଅଗ୍ନିଦୀପନ ]
- Agnisandīpana (ସଂ.ବି.) - ନିଆଁ ଲଗାଇବା; ନିଆଁ ଜଳାଇବା Ignition.
- କ୍ଷୁଧା ବୃଦ୍ଧି Increase of digestive power.
- ବିସ୍ଫୋରକ; ଯେଉଁ ବସ୍ତୁରୁ ସ୍ୱତଃ ନିଆଁ ଜଳି ଉଠେ (ଯଥା ଫସ୍ଫରସ୍) Self igniting; phosphorescent.
|
| 803 |
ଅଗ୍ନିସମ୍ଭବ |
- Agnisambhaba (ସଂ.ବି.) - ସ୍ୱର୍ଣ୍ଣ; ସୁନା Gold.
- କାର୍ତ୍ତିକେୟ The Deity Kārttikeya.
|
| 804 |
ଅଗ୍ନିସହାୟ |
- Agnisahāya (ସଂ.ବି.) - ଅଗ୍ନିସଖ; ବାୟୁ; ପବନ The air; wind.
- ବନକପୋତ Wild dove.
|
| 805 |
ଅଗ୍ନିସାକ୍ଷିକ |
- Agnisākhika (ସଂ.ବିଣ.) - ଯେଉଁ କର୍ମରେ ଅଗ୍ନିଙ୍କୁ ସାକ୍ଷି କରି ମନ୍ତ୍ରପାଠ ଓ ଅଙ୍ଗୀକାରାଦି କରାଯାଏ (a ceremony) In which promises are made in the presence of domestic or nuptial fire. (ଯଥା—କନ୍ୟାପିତା ଅଗ୍ନିଙ୍କୁ ସାକ୍ଷି ରଖି ଜାମାତାଙ୍କ ହସ୍ତରେ କନ୍ୟା ପ୍ରଦାନ କରନ୍ତି)
- ଯେଉଁ ବ୍ୟକ୍ତି ଅଗ୍ନିଙ୍କୁ ସାକ୍ଷୀ ରଖି କୌଣସି କର୍ମ କରନ୍ତି— 2. Taking the domestic or nuptial fire for a witness.
|