| 4406 |
ଅପେକ୍ଷାବୁଦ୍ଧି |
Category : [ Phychology ]
- Apekshābuddhi (ଦେ.ବି.) - (ମନୋବିଜ୍ଞାନପରିଭାଷା) ଅନେକ ବସ୍ତୁ ମଧ୍ୟରେ ପ୍ରତ୍ୟେକ ବସ୍ତୁକୁ ପୃଥକ୍ ଭାବରେ ଚିନ୍ତା କରିବା ବା ଚିହ୍ନିବା ବୁଦ୍ଧି (Phychology) Mental discrimination of members.
- ବୋଧଶକ୍ତିର ନିର୍ମଳତା Clearness of understanding.
|
| 4407 |
ଅପେକ୍ଷିତ |
- Apkshita (ସଂ.ବିଣ.) - ପ୍ରତୀକ୍ଷିତ; ପ୍ରତୀକ୍ଷା କରାଯିବା Waited.
- ଇସ୍ପିତ; ଆକାଙ୍କ୍ଷିତ Desired; wished for.
- ଯାହାକୁ ଆଶା କରାଯାଇଥାଏ; ପ୍ରତ୍ୟାଶିତ Hoped for; expected.
- ପର୍ଯ୍ୟବେକ୍ଷିତ Observed.
- ପୂଜିତ; ସମ୍ମାନିତ Respected; honoured; adored.
- ତୁଳିତ Compared.
- ଅନୁରୁଦ୍ଧ Requested
- ବିବେଚିତ Considered.
|
| 4408 |
ଅପେତ |
- Apeta (ସଂ.ବିଣ.) - ଅପଗତ Gone away.
- ନିର୍ଗତ Issued.
- ତ୍ୟକ୍ତ Abandoned; deserted.
- ପୃଥକ୍କୃତ Separated.
- ରହିତ Prevented.
|
| 4409 |
ଅପେତଭଗ |
- Apetabhaga (ସଂ.ବିଣ.) - ଯାହାର ସକଳ ଐଶ୍ଚର୍ଯ୍ୟ ନଷ୍ଟ ହୋଇଅଛି Deprived of every thing.
|
| 4410 |
ଅପେତରାକ୍ଷସୀ |
- Apetarakshasī (ସଂ.ବି.) - [ବହୁବ୍ରୀହି; ଅପେତ=ଅପଗତ ହୋଇଅଛି +ରାକ୍ଷସୀ=ରାକ୍ଷସୀ ପ୍ରକୃତି (ଯାହାଠାରୁ)] ତୁଳସୀଗୁଳ୍ମ The Holy Basil plant.
|