| 4401 |
ଅପେକ୍ଷକ |
- Apekshaka (ସଂ.ବିଣ.) - ଅପେକ୍ଷାକାରୀ; ଯେ ଅପେକ୍ଷା କରେ Waiting.
|
| 4402 |
ଅପେକ୍ଷଣୀୟ |
- Apekshaṇīya (ସଂ.ବିଣ.) - ଅପେକ୍ଷାଯୋଗ୍ୟ; ଯାହାକୁ ଅପେକ୍ଷା କରାଯାଇ ପାରେ Which can be awaited.
|
| 4403 |
ଅପେକ୍ଷା |
- Apekshā (ସଂ.ବି.) - ପ୍ରତୀକ୍ଷା Awaiting; waiting.
- ବାସନା; ଇଚ୍ଛା; ଆକାଙ୍କ୍ଷା Desire; wish.
- ଆଶା; ଭରସା Hope; expectation.
- ଅନୁରୋଧ Request.
- ସମ୍ଭ୍ରମ; ସମ୍ମାନ; ଖାତିରି Respect; regard.
- ପ୍ରାର୍ଥନା Prayer; solicitation.
- ପର୍ଯ୍ୟବେକ୍ଷଣ Observation.
- ତୁଳନା Comparison.
- (ଦେ.ଅ.) - (ପଞ୍ଚମୀ ବିଭକ୍ତିର ଚିହ୍ନ ସ୍ୱରୂପ ବ୍ୟବହୃତ) (ତୁଳନାର୍ଥକ) ଠାରୁ Than.
- ତୁଳନାରେ In comparison with.
|
| 4404 |
ଅପେକ୍ଷା କରିବା |
- Apekshā karibā (ଦେ.କ୍ରି.) - କୌଣସି କାର୍ଯ୍ୟ ବା ବ୍ୟକ୍ତି ପାଇଁ କିଛିକ୍ଷଣ ଚାହିଁ ରହିବା To wait; to await.
|
| 4405 |
ଅପେକ୍ଷାକୃତ |
- Apekshākṛut (ସଂ.ବିଣ.) - ତୁଳନାରେ (ଅଧିକତର ବା ଅଳ୍ପତର) (more or less) In comparison; comparatively.
- ପ୍ରଥମ ବସ୍ତୁ ବା ବ୍ୟକ୍ତି ସଙ୍ଗେ ଦ୍ୱିତୀୟ ବସ୍ତୁ ବା ବ୍ୟକ୍ତିର ତୁଳନା କରାଯିବାରେ when compared to a thing or person previously mentioned.
[ ଉ ] କ ଖ ମଧ୍ୟରେ କ ଅପେକ୍ଷାକୃତ ସୁନ୍ଦର ଅର୍ଥାତ୍ ଖ ଅପେକ୍ଷା କ ସୁନ୍ଦରତର।]
|