| 4241 |
ଅପସ୍ନାନ |
- Apasnāna (ସଂ.ବି.) - ଅଶୌଚାନ୍ତେ ସ୍ନାନ Bath for the Purpose of purification after funerals.
- ଦାହ ପୂର୍ବରୁ ଶବର ସ୍ନାନ Bath of a dead body before cremation.
|
| 4242 |
ଅପସ୍ମାର |
Also : [ ଅପସ୍ମାରୁ, ଅପସମାରୁ ]
- Apsmāra (ସଂ.ବି.) - ବାତଜନିତ ମୂର୍ଚ୍ଛା। ରୋଗ Epilepsy.
- (କାବ୍ୟାଳଙ୍କାର) ଭୂତାଦିର ଆବେଶଜନ୍ୟ ମନର ବିକଳତା; ମୂର୍ଛା; (କମ୍ପ, ଘର୍ମ, ଫେନ ଓ ଲାଳ ଏହାର ଜ୍ଞାପକ) Fit of a person possessed by a ghost.
- ଯୋଷାପସ୍ମାର Hysteria.
- ନିର୍ବେଦ, ଜଡ଼ତା, ମୋହ ଆଦି ତେତିଶ ଗୋଟି ସଞ୍ଚାରୀ ଭାବରୁ ଏକତମ One of the 33 mental conditions of sentiments.
|
| 4243 |
ଅପହଞ୍ଚ |
Also : [ ଅପହୁଞ୍ଚ ]
- Apahaṅcha (ଦେ.ବିଣ.) - ଦୁଷ୍ପ୍ରବେଶ୍ୟ Impenetrable.
- ଦୁଷ୍ପ୍ରାପ୍ୟ Unattainable.
- (ଯାହା) ଦୂରରେ ବା ଉଚ୍ଚରେ ଥିବାରୁ ଯାହାକୁ ହାତ ପାଏ ନାହିଁ Which cannot be reached; beyond the reach of one's hand.
- ଯାହା ଲକ୍ଷ୍ୟ ସ୍ଥାନରେ ପହଞ୍ଚେ ନାହିଁ Not reaching the aim or target.
- (ଦେ.ବି.) - ଦୁଷ୍ପ୍ରାପ୍ୟତା The state of being unattainable.
|
| 4244 |
ଅପହଡ଼ |
Also : [ ଅପହୁଡ଼ ]
- Apahaṟḍ̠a (ଦେ.ବିଣ.) - ଉନ୍ନିଦ୍ର Sleepless; wakeful.
- ଉଦ୍ବୁଦ୍ଧ; ନିଦ୍ରାରୁ ଜାଗରିତ Awaken from sleep.
- ଅନିଦ୍ରିତ Not yet asleep.
- (ଦେ.ବି.) - ନିଦ୍ରାରାହିତ୍ୟ Sleeplessness.
- ଉନ୍ନିଦ୍ରତା Wakefulness.
|
| 4245 |
ଅପହତ |
- Apahata (ସଂ.ବିଣ.) - ଅପନୀତ; ଅପସାରିତ Removed; taken away.
- ବିନଷ୍ଟ Distroyed.
- ନିହତ Murdered; killed.
|