| 4186 |
ଅପରିମିତ |
- Aparimita (ସଂ.ବିଣ.) - ଅସଂଖ୍ୟ Innumerable.
- ପ୍ରଚୁର Immense.
- ଅସୀମ Limitless.
- ଅତ୍ୟଧିକ Immoderate.
- ଯାହାର କୌଣସି ପରିମାଣ ବା ସୀମା ନାହିଁ Which has no size or limit.
- ସମାର୍ଥବୋଧକ ଶବ୍ଦ : (ଅସୀମ, ଅପାର, ପ୍ରଚୁର, ଅସଂଖ୍ୟ)
|
| 4187 |
ଅପରିମିତଭୋଜନ |
- Aparimitabhojana (ସଂ.ବି.) - ସୀମାତିରିକ୍ତ ଭୋଜନ Immoderate meal.
- ଅପରିମିତଭୋଜୀ Aparimitabhojī (ସଂ.ବିଣ.) - ଯେ ପ୍ରଚୁର ବା ସୀମାତିତ ଖାଦ୍ୟ ଖାଏ One who eats immoderately.
|
| 4188 |
ଅପରିମିତାଚାରୀ |
- Aparimitachari (ସଂ.ବିଣ.) - ଯେ ଅନିୟମରେ ଚଳେ Of intemperate conduct.
- ଅପରିମିତାଚାରିଣୀ - (ସ୍ତ୍ରୀ)
|
| 4189 |
ଅପରିମେୟ |
- Aparimeya (ସଂ.ବିଣ.) - ଯାହାର ପରିମାଣ ହୋଇ ନ ପାରେ; ଅସୀମ Illimitable.
- ଅପରିମିତ; ଅତ୍ୟନ୍ତ Immeasurable; immense.
- a/b ଆକାରରେ ରହେ ନାହିଁ (b ≠ 0)
- ଦଶମିକ ପ୍ରସାର ଅସୀମ ଓ ଅନাବୃତ୍ତି
- ଉଦାହରଣ: (sqrt{2}), π (ପାଇ)
|
| 4190 |
ଅପରିଶୀଳନ |
- Aparisīḻana (ସଂ.ବି.) - ବିଦ୍ୟାନୁଶୀଳନର ଅଭାବ Want of study; want of cultivation.
|