Language Section

 

 

 

 

 

 

Dictionary : View_page

ID Main Word Content
4136 ଅପରତି
  1. Aparati (ସଂ.ବି.) - ବିରତି; ନିବୃତ୍ତି cessation.
4137 ଅପରତିଆଣି

Also : [ ଅପର୍ତ୍ତିଆଣି, ଅପତ୍ୟଣୀ, ଅପତିଆଣି

  1. Apartiāṇi (ଗ୍ରା.ବିଣ.) - ଯାହାର ଉପର ଭାଇ ବା ଭଉଣୀ ମରିଥାନ୍ତି A child whose elder brother or sister has died before its birth.

[ ଦ୍ର ] ଅପର୍ତ୍ତିଆଣୀ ପିଲାକୁ ଯମ ଘୃଣା କରି ଛାଡ଼ି ଯିବ ଏହି ଉଦ୍ଦେଶ୍ୟରେ ପିତା ମାତା ସେମାନଙ୍କର ଗୋଟିଏ ଗୋଟିଏ ଘୃଣ୍ୟ ନାମ (ଯଥା -ଅପର୍ତ୍ତିଆ, ହାଡ଼ିଆ, କେଳା, କଣ୍ଡୁରିଆ, ଭାଲୁଆ ପଠାଣିଆ, ଦିକଡ଼ିଆ, ଛକଡ଼ିଆ, ଫକୀରା, ଗୁହିଆ, କିଣା, ବିକା ଓ ବାଳିକାଙ୍କୁ କିଣୀ, ବିକୀ, ପାଲୁଣୀ, ହାଡ଼ିଆଣୀ) ଦିଅନ୍ତି। କେହି କେହି ଶିଶୁର ଜନ୍ମମାତ୍ରେ ତାହାକୁ କୌଣସି ଦେବତାଙ୍କୁ ଦାନ କରି ଦିଅନ୍ତି। ପରେ ପିଲା ନ ମରି ବଞ୍ଚି ଗଲେ ପିଲାର ବ୍ରତ ବା କାନ ଫୋଡ଼ା ବେଳେ କିଛି ଧନ ଦେଇ ପୁଣି ପିଲାକୁ ଦେବତାଙ୍କଠାରୁ କିଣି ଆଣନ୍ତି। ଅପର୍ତ୍ତିଆଣୀ ପିଲାଙ୍କର ଜନ୍ମ ପରେ ନାକ ଫୋଡ଼ି ଦେବାର ପ୍ରଥା ଅଛି।

4138 ଅପରତେ ଯିବା
  1. Aparatej̄ibā (ଗ୍ରା.ପଦ୍ୟ.) -  ଅବିଶ୍ୱାସ କରିବା To disbelieve.
4139 ଅପରତ୍ବ
  1. Aparatwa  (ସଂ.ବି.) ଅନ୍ୟର ଭାବ ବା ଧର୍ମ The state of being different.
4140 ଅପରତ୍ର
  1. Aparatra (ସଂ.କ୍ରି.) - ପରକାଳରେ ବା ପରଲୋକରେ  In the next world.
  2. ଅନ୍ୟ ସ୍ଥାନରେ At another place.
  3. ଅନ୍ୟ ସ୍ଥାନକୁ To another place.
Page 828 of 845



expoodisha.com

 

Other Dictionary