| 4086 |
ଅପନୋଦନ |
- Apanodana (ସଂ.ବି.) - ଖଣ୍ଡନ; ଦୂରୀକରଣ Removal
- ନିରାକରଣ; ନିବାରଣ Obliteration.
- ହରଣ Alleviation.
- ଉପଶମନ Assuaging.
|
| 4087 |
ଅପନ୍ତରା |
- Apantarā (ଦେ.ବିଣ.) - (ସଂ. ପ୍ରାନ୍ତର) ଅତି ବିସ୍ତୃତ Boundless (waster).
- ସହର ବା ଗାଁରୁ ବହୁ ଦୂରରେ ଥିବା କିମ୍ବା ପରିବହନ ସୁବିଧା ନଥିବା ଏକ ଅଂଚଳ An area that is far from a city or town or that lacks transportation facilities.
- ଅବହେଳିତ, ଘୃଣିତ କିମ୍ବା ପରିତ୍ୟକ୍ତ ଅବସ୍ଥାରେ ଥିବା ବ୍ୟକ୍ତି କିମ୍ବା ସ୍ଥାନ A person or place that is neglected, despised, or abandoned in society.
- ମରୁମୟ ପ୍ରଦେଶ Deserted (tract)
- ଅଲୋଡ଼ା ବା ଅନାଦୃତ Unruly or disrespectful
|
| 4088 |
ଅପନ୍ତରାଗହୀର |
- Apantarāgahīra (ଦେ.ବି.) - (ସଂ. ପ୍ରାନ୍ତର ଓ. ଗହୀର) ବିସ୍ତୃତ ମରୁମୟ ପ୍ରାନ୍ତର Wilderness.
|
| 4089 |
ଅପନ୍ଥା |
Also : [ ଅପପନ୍ଥା ]
- Apanthā (ସଂ.ବି.) - ଅନୈତିକ କାର୍ଯ୍ୟ, ଭୁଲ୍ ମାର୍ଗ, କୁପଥ କିମ୍ବା କୌଣସି ଖରାପ ଉଦ୍ଦେଶ୍ୟ ସାଧନ Illegal actions, wrong paths, evil ways or any evil purpose
- କୁପଥ Bad path.
- ଅବାଟ Bad ways.
|
| 4090 |
ଅପପ୍ରୟୋଗ |
- Apaprayoga (ସଂ.ବି.) - ଅଶୁଦ୍ଧ ପ୍ରୟୋଗ Wrong Application.
- ବ୍ୟାକରଣବିରୁଦ୍ଧ ପ୍ରୟୋଗ Faulty use of grammatical rules.
- (କ୍ଷମତା) ନିଜ ପଦବୀ, କ୍ଷମତା ବା ସ୍ଥିତିର ଭୁଲ ଫାଇଦା ଉଠାଇ ଅନ୍ୟକୁ ଶୋଷଣ କରିବା Abuse of power: taking unfair advantage of one's position, power, or status to exploit others.
- (ପ୍ରଯୁକ୍ତିବିଦ୍ୟା) ଇଣ୍ଟରନେଟ୍, ସୋସିଆଲ ମିଡିଆ କିମ୍ବା କୃତ୍ରିମ ବୁଦ୍ଧିମତ୍ତା (AI) ଭଳି ସାଧନର ଅନୈତିକ ବ୍ୟବହାର Misuse of technology: Illegal use of tools such as the internet, social media, or artificial intelligence (AI).
- (ସମ୍ବଳ) ସରକାରୀ ପାଣ୍ଠି, ପ୍ରାକୃତିକ ସମ୍ପଦ, କିମ୍ବା ବ୍ୟକ୍ତିଗତ ସମ୍ପତ୍ତିର ଅଯଥା ବ୍ୟବହାର ବା ନଷ୍ଟ କରିବା Improper use or destruction of government funds, natural resources, or private property.
|