Language Section

 

 

 

 

 

 

Dictionary : View_page

ID Main Word Content
4056 ଅପଣ୍ଡିତ
  1. Apaṇdita (ସଂ.ବିଣ.) - ଅବିଦ୍ୱାନ୍; ମୂର୍ଖ; ବିଦ୍ୟାଶୂନ୍ୟ Not learned; ignorant; illiterate. 
  2. (ସଂ) ଯାହାଙ୍କର ପାଣ୍ଡିତ୍ୟ କିମ୍ବା ବିଦ୍ୟା ନାହିଁ One who has neither scholarship nor knowledge
4057 ଅପତନ୍ତ୍ରକ

Also : [ ଅପତାନକ ]

  1. Apatantraka (ସଂ.ବି.) - ମୃଗୀ ରୋଗ; ମୂର୍ଚ୍ଛାରୋଗ; ବାତରୋଗବିଶେଷ; ଅପସ୍ମାର ରୋଗ  Apoplectic fit; fit of apoplexy.
4058 ଅପତାନକ
  1. Apatanaka (ସଂ.ବି.) - ବାତରୋଗବିଶେଷ Hysteric fit; hysteria.
  2. ଆୟୁର୍ବେଦ ଶାସ୍ତ୍ର ଅନୁଯାୟୀ ଏକ ପ୍ରକାର ସ୍ନାୟବିକ ବା ବାତଜନିତ ରୋଗ Vata disorder

 [ ଉ ] 

  • ଶରୀରରେ କଠିନତା: ରୋଗୀର ଶରୀର କାଠ ପରି କିମ୍ବା ଧନୁ ଭଳି ପଛକୁ ବଙ୍କା ହୋଇଯାଏ (ଯାହାକୁ 'ଧନୁସ୍ତମ୍ଭ' ମଧ୍ୟ କୁହାଯାଏ) ।
  • ସ୍ଥିରତା: ରୋଗୀର ଆଖି ସ୍ଥିର ହୋଇଯାଏ ଏବଂ ସେ ଚେତାଶୂନ୍ୟ ହୋଇଯାଏ ।
  • ପାରାୟଣିକ ସ୍ଥିତି: ଗଳାରୁ ପାରା ପରି ଅସ୍ପଷ୍ଟ ଶବ୍ଦ ବା କର୍କଶ ଶବ୍ଦ ବାହାରିଥାଏ ।
  • ପ୍ରକାର: ଏହା ମୁଖ୍ୟତଃ ଚାରି ପ୍ରକାରର ହୋଇଥାଏ - ଦଣ୍ଡାପତାନକ (ଶରୀର ଲୁହା ବା ବାଡ଼ି ପରି ଶକ୍ତ ହେବା), ଆଭ୍ୟନ୍ତରାୟମ, ବହିରାୟମ ଏବଂ ଆଘାତଜ ।
4059 ଅପତିଆଣି

Also : [ ଅପର୍ତ୍ତିଆଣି, ଅପତ୍ୟଣୀ, ଅପରତିଆଣି ] 

  1. Apatiāṇi (ଗ୍ରା.ବିଣ.) - ଯାହାର ଉପର ଭାଇ ବା ଭଉଣୀ ମରିଥାନ୍ତି A child whose elder brother or sister has died before its birth.

[ ଦ୍ର ] ଅପର୍ତ୍ତିଆଣୀ ପିଲାକୁ ଯମ ଘୃଣା କରି ଛାଡ଼ି ଯିବ ଏହି ଉଦ୍ଦେଶ୍ୟରେ ପିତା ମାତା ସେମାନଙ୍କର ଗୋଟିଏ ଗୋଟିଏ ଘୃଣ୍ୟ ନାମ (ଯଥା -ଅପର୍ତ୍ତିଆ, ହାଡ଼ିଆ, କେଳା, କଣ୍ଡୁରିଆ, ଭାଲୁଆ ପଠାଣିଆ, ଦିକଡ଼ିଆ, ଛକଡ଼ିଆ, ଫକୀରା, ଗୁହିଆ, କିଣା, ବିକା ଓ ବାଳିକାଙ୍କୁ କିଣୀ, ବିକୀ, ପାଲୁଣୀ, ହାଡ଼ିଆଣୀ) ଦିଅନ୍ତି। କେହି କେହି ଶିଶୁର ଜନ୍ମମାତ୍ରେ ତାହାକୁ କୌଣସି ଦେବତାଙ୍କୁ ଦାନ କରି ଦିଅନ୍ତି। ପରେ ପିଲା ନ ମରି ବଞ୍ଚି ଗଲେ ପିଲାର ବ୍ରତ ବା କାନ ଫୋଡ଼ା ବେଳେ କିଛି ଧନ ଦେଇ ପୁଣି ପିଲାକୁ ଦେବତାଙ୍କଠାରୁ କିଣି ଆଣନ୍ତି। ଅପର୍ତ୍ତିଆଣୀ ପିଲାଙ୍କର ଜନ୍ମ ପରେ ନାକ ଫୋଡ଼ି ଦେବାର ପ୍ରଥା ଅଛି।

4060 ଅପତିଆନ

Also : [ ଅପତିଆରା ] 

  1. Apatiāna (ଗ୍ରା.ବି.) - ଅବିଶ୍ୱାସ  Want of confidence or credit.
Page 812 of 845



expoodisha.com

 

Other Dictionary