| 4046 |
ଅପଛ ଜାତି |
- Apachha jāti (ଗ୍ରା.ବି.) - ଅସ୍ପୃଶ୍ୟ ଜାତି Untouchable caste
|
| 4047 |
ଅପଜା |
- Apajā (ଦେ.ବିଣ.) - ପଜା ହେଇ ନ ଥିବା Unwhetted.
|
| 4048 |
ଅପଟ୍ |
- Apaṭ (ପ୍ରା./ସମ୍ବଲପୁର.) - ନିପଟ; ନିତାନ୍ତ Very. (ଯଥା - ଅପଟ୍ ଗଧା।)
|
| 4049 |
ଅପଟାନ୍ତର |
- Apaṭāntara (ସଂ.ବିଣ.) - ସଂସକ୍ତ; ଅବ୍ୟବହିତ Very near.
- (ଅ=ନୁହେ+ପଟ=ଚିତ୍ରପଟ+ଅନ୍ତର=ବ୍ୟବଧାନ) ଯାହାର ପଟାନ୍ତର ବା ଉପମା ନାହିଁ; ନିରୁପମ Incomparable.
|
| 4050 |
ଅପଟୀ |
- Apaṭī (ସଂ.ବି.) - (ମଝିରେ ବ୍ୟବଧାନ ଥିବାରୁ) ଯେ ଗମନ କରାଇ ଦିଏ ନାହିଁ; ବସ୍ତ୍ରାବରଣ; ପରଦା (ପର୍ଦ୍ଦା); ଯବନିକା Screen; wall of cloth; a cloth-partition.
|