| 3961 |
ଅନ୍ୟତଃ |
- Anyatah (ସଂ.କ୍ରି.ବିଣ.) - ଅନ୍ୟ ଠାରୁ From another.
- ଅନ୍ୟ ଦ୍ୱାରା By another.
- ଅନ୍ୟ ପ୍ରକାରେ In another way.
|
| 3962 |
ଅନ୍ୟତମ |
- Anyatama (ସଂ.ବିଣ.) - ଅନେକଙ୍କ ମଧ୍ୟରୁ ଏକ One of many.
- ଅନ୍ୟମାନଙ୍କ ଠାରୁ ପୃଥକ Distinct from others; separate; specific; a particular (person or thing).
- ଅନ୍ୟତମା - (ସ୍ତ୍ରୀ)
- ଏକତମ - (ବିପରୀତ)
|
| 3963 |
ଅନ୍ୟତର |
- Anyatara (ସଂ.ବିଣ.) - ଦୁଇ ମଧ୍ୟରୁ ଗୋଟିଏ One of the two; either of the two.
- ପୃଥକ; ଅନ୍ୟ ଗୋଟାଏ Another; distinct (person or thing).
|
| 3964 |
ଅନ୍ୟତରେଦ୍ୟୁଃ |
- Anyataredyuḥ (ସଂ.କ୍ରି.ବିଣ.) - ଅନ୍ୟ ଦିନ Any other day.
- ଦୁଇ ଦିନ ମଧ୍ୟରୁ ଦିନେ On one of the two days.
|
| 3965 |
ଅନ୍ୟତ୍ର |
- Anyatra (ସଂ.ଅ.) - (ଅନ୍ୟ+ସ୍ଥାନାଧିକରଣାର୍ଥେ) ଅନ୍ୟ ଠାରେ; ଭିନ୍ନ ସ୍ଥାନରେ Elsewhere; in or two another place; somewhere else.
- ଅପର ବିଷୟରେ In any other matter.
- ପ୍ରକାରାନ୍ତରେ On the other hand.
|